ETV Bharat / state

ପାରାଦ୍ୱୀପରେ ଆଜିଠାରୁ ମିଳିତ ସମରାଭ୍ୟାସ 'ସାଗର ଭିଜିଲ'

author img

By

Published : Jan 12, 2021, 10:28 AM IST

ଆଜି ଠାରୁ ପାରାଦ୍ବୀପରେ ଆରମ୍ଭ ହେବାକୁ ଯାଉଛି ମିଳିତ ସମରାଭ୍ୟାସ । ଏହି ଦୁଇ ଦିନିଆ ସମରାଭ୍ୟାସ ରେ ଭାରତୀୟ ତଟରଖି ବାହିନୀ, ସିଆଇଏସଏଫ, ଅନ୍ୟ ସୁରକ୍ଷା କର୍ମଚାରୀ ମାନେ ଭାଗ ନେବେ। ଅଧିକ ପଢନ୍ତୁ...

ପାରାଦ୍ୱୀପରେ ଆଜିଠାରୁ ମିଳିତ ଭ୍ୟାସ,'ସାଗର ଭିଜିଲ'
ପାରାଦ୍ୱୀପରେ ଆଜିଠାରୁ ମିଳିତ ଭ୍ୟାସ,'ସାଗର ଭିଜିଲ'

ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମିଳିତ ସମରାଭ୍ୟାସ (ସାଗର ଭିଜିଲ)। ଆତଙ୍କବାଦୀଙ୍କ 26/11 ମୁମ୍ବାଇ ଆକ୍ରମଣ ପରେ ଓଡିଶା ଉପକୂଳରେ ବର୍ଷକୁ 2ଥର ମିଳିତ ସମରାଭ୍ୟାସ କରାଯାଉଛି। ଏହାକୁ ନେଇ ଆଜିଠାରୁ ପାରାଦୀପ ସମୁଦ୍ର ମଧ୍ୟରେ 'ସାଗର ଭିଜିଲ' ଆରମ୍ଭ କରାଯାଇଛି।

ପାରାଦ୍ୱୀପରେ ଆଜିଠାରୁ ମିଳିତ ସମରାଭ୍ୟାସ,'ସାଗର ଭିଜିଲ'

ଏହି ଦୁଇ ଦିନିଆ ସମରାଭ୍ୟାସରେ ଭାରତୀୟ ତଟରଖି ବାହିନୀ, ସିଆଇଏସଏଫ, ସାମୁଦ୍ରିକ ପୋଲିସ, କଷ୍ଟମ ବିଭାଗ, ମସ୍ୟ ବିଭାଗ, ପାରାଦ୍ୱୀପ ବନ୍ଦର ଓ ଅନ୍ୟ ସୁରକ୍ଷା କର୍ମଚାରୀ ମାନେ ଭାଗ ନେବେ। ଏହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବେବସ୍ଥା କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.