ETV Bharat / state

ୟୁକ୍ରେନରେ ଫସିଛନ୍ତି ଜଗତସିଂହପୁରର ମେଡିକାଲ ଛାତ୍ର

author img

By

Published : Feb 25, 2022, 4:06 PM IST

ୟୁକ୍ରେନରେ ଫସି ରହିଛନ୍ତି ଜଗତସିଂହପୁରର ଆଶିଷ କୁମାର ସାହୁ । ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ଆକୁଳ ନିବେଦନ । ଅଧିକ ପଢନ୍ତୁ

ୟୁକ୍ରେନରେ ଫସିଛନ୍ତି ଜଗତସିଂହପୁର ଯୁବକ
ୟୁକ୍ରେନରେ ଫସିଛନ୍ତି ଜଗତସିଂହପୁର ଯୁବକ

ଜଗତସିଂହପୁର: ୟୁକ୍ରେନରେ ଫସି ରହିଛନ୍ତି ଜଗତସିଂହପୁରର ଆଶିଷ କୁମାର ସାହୁ । ଆଶଙ୍କାରେ ରହିଛନ୍ତି ପରିବାର ଲୋକେ । ଜଗତସିଂହପୁର ସହରର ସୁରେନ୍ଦ୍ର ନାଥ ସାହୁଙ୍କ ପୁଅ ଆଶିଷ କୁମାର ସାହୁ । 2016 ରେ MBBS ପଢିବା ପାଇଁ ୟୁକ୍ରେନ ଯାଇଥିଲେ ।

ୟୁକ୍ରେନରେ ଫସିଛନ୍ତି ଜଗତସିଂହପୁର ଯୁବକ

ୟୁକ୍ରେନ ରାଜଧାନୀ କିଭରେ ରହି ଆଶିଷ ପାଠପଢୁ ଥିବାବେଳେ ବର୍ତ୍ତମାନ କିନ୍ତୁ ଦେଶ ଉପରେ ଋଷର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବାର ବର୍ଗ । ଆଶିଷଙ୍କ ବଡ଼ଭାଇ କହିଛନ୍ତି ଯେ, ୟୁକ୍ରେନ ରାଜଧାନୀ କିଭରେ ତାଙ୍କ ଭାଇ ଫସି ରହିଛନ୍ତି । ସେଠାରେ ପ୍ରବଳ ବିସ୍ଫୋରଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ଆଶିଷଙ୍କ ସମେତ ବିଭିନ୍ନ ଛାତ୍ରଙ୍କୁ ବଙ୍କର ମଧ୍ୟରେ ରହିବାର ବନ୍ଦୋବସ୍ତ କରିଛନ୍ତି ।


ଗତକାଲି(ଗୁରୁବାର) ପରିବାର ଲୋକଙ୍କ ସହ ଆଶିଷ କଥା ହୋଇଥିଲେ ମଧ୍ୟ ଆଜି ଫୋନକଲ ଲାଗି ପାରୁନାହିଁ । ଫଳରେ ପରିବାର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଭାରତ ସରକାର ତୁରନ୍ତ ଛାତ୍ରମାନଙ୍କୁ ସ୍ବଦେଶ ଫେରାଇ ଆଣନ୍ତୁ ବୋଲି ନିବେଦନ କରିଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.