ETV Bharat / state

ବର୍ଷକର ଆହାର ପାଣିରେ, ଚିନ୍ତାରେ ଜଗତସିଂହପୁରର ଚାଷୀକୂଳ

author img

By

Published : Dec 9, 2021, 10:55 PM IST

ବାତ୍ୟା ଜୱାଦ(jawad) ପ୍ରଭାବରେ ବର୍ଷା ଯୋଗୁଁ ଜିଲ୍ଲାରେ ହଜାର ହଜାର ହେକ୍ଟର ପାଚିଲା ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଜି ପୁଣି ବର୍ଷା ଯୋଗୁଁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ଅଧିକ ପଢନ୍ତୁ

farmers are worried as rains again in Jagatsinghpur after cyclone jawad
ବର୍ଷକର ଆହାର ପାଣିରେ, ଚିନ୍ତାରେ ଜଗତସିଂହପୁରର ଚାଷୀକୂଳ

ଜଗତସିଂହପୁର: ବାତ୍ୟା ଜୱାଦ ପରେ ଜିଲ୍ଲାରେ ଧାନ ଅମଳ ସମୟରେ ପୁଣି ଦାଉ ସାଧିଲା ବର୍ଷା । ଫଳରେ ଜିଲ୍ଲା ଚାଷୀ ହତାଶ ହୋଇ ପଡିଛି। ବାତ୍ୟା 'ଜୱାଦ' ପ୍ରଭାବରେ ବର୍ଷା ଯୋଗୁଁ ଜିଲ୍ଲାରେ ହଜାର ହଜାର ହେକ୍ଟର ପାଚିଲା ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଜି ପୁଣି ବର୍ଷା ଯୋଗୁଁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି ।

ବର୍ଷକର ଆହାର ପାଣିରେ, ଚିନ୍ତାରେ ଜଗତସିଂହପୁରର ଚାଷୀକୂଳ

ଏହାମଧ୍ୟ ପଢନ୍ତୁ: Cyclone Jawad Effect: ଉଜୁଡିଲା ଫସଲ, ହତାଶ ଚାଷୀ

ଗୁରୁବାର ଦିନ ତମାମ କୋହଲା ପାଗ ରହିଥିବାବେଳେ ମଧ୍ୟାହ୍ନ ଠାରୁ ଝିପି ଝିପି ବର୍ଷା ହୋଇଥିଲା।ଫଳରେ ଧାନ ବିଲରେ ପାଣି ରୁ ଛାଣି ଚକଡ଼ା ପକାଇଥିବା ଧାନ ଗୁଡିକ ନଷ୍ଟ ହୋଇଯିବାର ସମ୍ଭାବନା ଦେଖା ଦେଇଛି ।

ଜିଲ୍ଲାର ଏରସମା, ରଘୁନାଥ ପୁର, ବାଲିକୁଦା, ଓ ନାଉଗାଁ ଅଞ୍ଚଳର ଖାଲୁଆ ଜମିରେ ପାଣି ଜମି ରହିଛି। ଜୱାଦ ବର୍ଷା ଚାଷଜମିରୁ ଶୁଖି ନଥିବା ବେଳେ ଆଜିର ବର୍ଷାରେ ସମ୍ପୂର୍ଣ୍ଣ ବୁଡି ଯାଇଛି। ଫଳରେ ଚାଷୀର ବର୍ଷକର ଆହାର ଏବେ ପାଣିରେ ପଡିଛି। ଆଜିର ବର୍ଷା ଚାଷୀ ମାନଙ୍କ ଉପରେ ବେଢ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.