ଦଶହରାରେ ଭିଡ଼ ଆଶଙ୍କା, ଶାରଳାଙ୍କ ପୀଠରେ 144 ଧାରା ଜାରି

author img

By

Published : Oct 12, 2021, 5:30 PM IST

ଭିଡ଼ ଆଶଙ୍କା, ଶାରଳାଙ୍କ ପୀଠରେ 144 ଧାରା ଜାରି

ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ମନ୍ଦିରରେ ଆଜିଠାରୁ 144 ଧାରା ଜାରି କରିଛି ପ୍ରଶାସନ । ଶାରଦୀୟ ପୂଜାରେ ଭିଡ଼କୁ ଏଡ଼ାଇବା ପାଇଁ ଏହି କଟକଣା ଜାରି କରିିଛି ପ୍ରଶାସନ । ଅଧିକ ପଢ଼ନ୍ତୁ...

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ମନ୍ଦିରରେ ଆଜିଠାରୁ 144 ଧାରା ଜାରି କରିଛି ପ୍ରଶାସନ । ଶାରଦୀୟ ପୂଜାରେ ଭିଡ଼କୁ ଏଡ଼ାଇବା ପାଇଁ ଏହି କଟକଣା ଜାରି କରିିଛି ପ୍ରଶାସନ । ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଆଜି ଦେବୀ ମାଆ ଶାରଳାଙ୍କ ମନ୍ଦିରରେ ଏହି କଟକଣା ବଳବତ୍ତର ରହିବ ।

ଭିଡ଼ ଆଶଙ୍କା, ଶାରଳାଙ୍କ ପୀଠରେ 144 ଧାରା ଜାରି
ଭିଡ଼ ଆଶଙ୍କା, ଶାରଳାଙ୍କ ପୀଠରେ 144 ଧାରା ଜାରି

ଆଗକୁ ମହାଷ୍ଟମୀ ପୂଜା ହେବାକୁ ଥିବାରୁ ପ୍ରବଳ ଜନ ସମାଗମ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମନ୍ଦିର ପରିସରରେ 144 ଧାରା ଜାରି କରିବାକୁ ନିଷ୍ପତ୍ତି ନେଇଛି । ମନ୍ଦିର ବେଢ଼ା ସହିତ ୨୦ ମିଟର ପରଧି ମଧ୍ୟରେ କୌଣସି ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଅନ୍ୟପକ୍ଷରେ ମନ୍ଦିର ପ୍ରବେଶ ପଥ ଓ ମନ୍ଦିରକୁ ଯୋଡୁ଼ୁଥିବା ଜଗତସିଂହପୁର ଓ ପାରାଦୀପ ଶାରଳା ରୋଡ୍‌କୁ ସିଲ୍‌ କରାଯାଇଛି । କୋଭିଡ ସଂକ୍ରମଣ ରୋକିବାକୁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।

ଭିଡ଼ ଆଶଙ୍କା, ଶାରଳାଙ୍କ ପୀଠରେ 144 ଧାରା ଜାରି
ଭିଡ଼ ଆଶଙ୍କା, ଶାରଳାଙ୍କ ପୀଠରେ 144 ଧାରା ଜାରି

ମହାସପ୍ତମୀରେ ମାଆଙ୍କର ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଆଜି ସନ୍ଧିପୂଜା ଓ ଅନ୍ୟାନ୍ୟ ନୀତି ସମ୍ପାଦନ କରାଯିବ । ଭକ୍ତମାନଙ୍କ ମନ୍ଦିର ପ୍ରବେଶ ଓ ଦର୍ଶନ ବାରଣ କରାଯାଇଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.