କୋଲକାତା ବସରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ସିଗାରେଟ ଜବତ, ୪ ଗିରଫ

author img

By

Published : Sep 27, 2021, 8:18 PM IST

Updated : Sep 27, 2021, 8:30 PM IST

ଯାତ୍ରୀବାହୀ ବସରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ସିଗାରେଟ ଜବଟ, ୪ ଗିରଫ

୧ କୋଟି ଟଙ୍କାର ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ସିଗାରେଟ ଜବତ । ଏହି ସିଗାରେଟ ଚୋରା ଚାଲାଣ ଘଟଣାରେ ୪ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଦର୍ଶ ଥାନା ପୋଲିସ । ଅଧିକ ପଢନ୍ତୁ...

ଜଗତସିଂହପୁର: ବିପୁଳ ପରିମାଣର ବିଦେଶୀ ସିଗାରେଟ ଜବତ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନ ପାରାଦୀପ ଆର୍ଦଶ ଥାନା ଅଞ୍ଚଳରେ । କୋଲକାତାରୁ ପାରାଦୀପ ଅଭିମୁଖେ ଆସୁଥିବା ଏକ ବସରୁ ୨୭ଟି ବସ୍ତାରେ ରଖାଯାଇଥିବା ବିପୁଳ ପରିମାଣର ବିଦେଶୀ ସିଗାରେଟକୁ ଜବତ କରିଛି ଆଦର୍ଶ ଥାନା ପୋଲିସ ।

ତେବେ ଏନେଇ ଆଦର୍ଶ ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସୂଚନାନୁସାରେ ରବିବାର ବିଳମ୍ବିତ ରାତ୍ରିରେ କୋଲକାତାରୁ ଆସିଥିବା ଏକ ଯାତ୍ରୀବାହୀ ବସ ଏକ ନିର୍ଜନ ସ୍ଥାନରେ ଅଟକି ରହିଥିଲା । ଆଉ ସେଠାରୁ ଏକ ଟାଟା ଏସି ପିକଅପ ଗାଡିକୁ କିଛି ପ୍ୟାକେଟ ଲୋଡ଼ କରୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

କୋଲକାତା ବସରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ସିଗାରେଟ ଜବଟ, ୪ ଗିରଫ

ଫଳରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଆଦର୍ଶ ଥାନାକୁ ସୂଚନା ଦେଇଥିଲେ । ଏହି ଘଟଣାରେ ଆଦର୍ଶ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିବା ସହ ବସରେ ଭର୍ତ୍ତି ହୋଇଥିବା ବିପୁଳ ପରିମାଣର ବିଦେଶୀ ମଞ୍ଚେଷ୍ଟାର, ମେଡଇନ ଲଣ୍ଡନ ନାମକ ସିଗାରେଟକୁ ଜବତ କରିବା ସହ ୪ ଅଭିଯୁକ୍ତ ଗିରଫ କରିଛି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ଜଗନ୍ନାଥ ମଣ୍ଡଳ, ପଞ୍ଚାନନ ଦାସ, ରଞ୍ଜନ ମଲ୍ଲିକ ଓ ବସର ହେଲଫର ଶିବ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ବିପୁଳ ପରିମାଣର ବିଦେଶୀ ସିଗାରେଟ କେଉଁଠାରୁ ଆସିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜବତ ସିଗାରେଟ ପ୍ୟାକେଟ ଗୁଡିକର ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବା ନେଇ ସୂଚନା ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Sep 27, 2021, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.