ETV Bharat / state

ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି

author img

By

Published : Sep 18, 2020, 6:52 AM IST

ଏସପି ଜିଲ୍ଲାର ବିଭିନ୍ନ ଥାନା ଓ ପୋଲିସ ପୋଷ୍ଟରେ ପହଞ୍ଚି ସେଠାରେ ରହିଥିବା ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । କୋଭିଡ ପରିସ୍ଥିତି ରେ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ସମୟରେ ନିଜକୁ କିଭଳି ସୁରକ୍ଷିତ ରଖିବେ ସେନେଇ ପରାମର୍ଶ ଦେଇଥିଲେ । ଏଥିସହ ପୋଲିସ କର୍ମଚାରୀଙ୍କ ମନୋବଳକୁ ଦୃଢ କରିବାକୁ ଚେଷ୍ଟା କରିଥିଲେ । ଅଧିକ ପଢନ୍ତୁ...

ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି
ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ପହଞ୍ଚି କୋଭିଡ ସ୍ଥିତି ଅନୁଧ୍ୟାନ କଲେ ବ୍ରହ୍ମପୁର ଏସ.ପି ପିନାକ୍‌ ମିଶ୍ର । କୋଭିଡ ଯୋଦ୍ଧା ପୋଲିସ କର୍ମଚାରୀଙ୍କ ମନୋବଳ ଦୃଢ କରିବାକୁ ସେ ପୋଲିସ ପୋଷ୍ଟ ବୁଲି ଦେଖିଛନ୍ତି ।

ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି
ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି

ଏସପି ଜିଲ୍ଲାର ବିଭିନ୍ନ ଥାନା ଓ ପୋଲିସ ପୋଷ୍ଟରେ ପହଞ୍ଚି ସେଠାରେ ରହିଥିବା ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ପୋଲିସ ଥାନା ଏବଂ ପୋଷ୍ଟରେ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ କର୍ମଚାରୀମାନେ କୋଭିଡ ଯୁଦ୍ଧରେ ନିଜକୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ବିଶୋଧନ ପ୍ରକ୍ରିୟା କିଭଳି କରାଯିବ ଏବଂ ସେମାନଙ୍କ ମନୋବଳ ବୃଦ୍ଧି ନେଇ ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି
ଗଞ୍ଜାମରେ ବିଭିନ୍ନ ପୋଲିସ ପୋଷ୍ଟରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଏସପି

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ ଆରମ୍ଭ ହେବା ପରେ ସର୍ବାଧିକ କୋରୋନା ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ସଠିକ ରଣନୀତି ଓ କାର୍ଯ୍ୟାନୁଷ୍ଠାନ ପରେ ଏଠାରେ ସଂକ୍ରମିତ ମାମଲାରେ ହ୍ରାସ ପାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.