ଖଟିଆରେ ବୁହା ହେଲେ ରୋଗୀ

author img

By

Published : Sep 18, 2021, 10:27 PM IST

ଖଟିଆରେ ବୁହା ହେଲେ ରୋଗୀ

ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ । ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ତିନି କିଲୋମିଟର ରାସ୍ତା ଖଟିଆରେ ରୋଗୀକୁ ଧରି ଆସିଲେ ଆମ୍ବୁଲାନ୍ସ କର୍ମଚାରୀ । ଅଧିକ ପଢନ୍ତୁ...

ଭଞ୍ଜନଗର: ପୁଣି ଖଟିଆରେ ବୁହା ହେଲେ ରୋଗୀ । ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ତିନି କିଲୋମିଟର ରାସ୍ତା ଖଟିଆରେ ରୋଗୀକୁ ଧରି ଆସିଲେ ଆମ୍ବୁଲାନ୍ସ କର୍ମଚାରୀ । ଏମିତି ଚିତ୍ର ସାମନାକୁ ଆସିଛି ଗଞ୍ଜାମ-ନୟାଗଡ଼ ଜିଲ୍ଲା ସିମନ୍ତବର୍ତ୍ତି ଅଞ୍ଚଳ ଚକାପାଜୁ ଗ୍ରାମରୁ ।

ଖଟିଆରେ ବୁହା ହେଲେ ରୋଗୀ

ଚକାପାଜୁ ଗ୍ରାମଟି ନୟାଗଡ଼ ଜିଲ୍ଲାରେ ଥିଲେ ମଧ୍ୟ ଏଠାକାର ଲୋକେ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାର ଗାଲେରି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ସୂଚନା ମୁତାବକ ଚକାପାଜୁ ଗ୍ରାମର ବିରେନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ରାଧିକାଙ୍କୁ ତିନିଦିନ ହେଲା ଜ୍ୱର ବାନ୍ତି ହେଉଥିଲା । ଆଜି(ଶନିବାର) ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ଗାଲେରୀ ମେଡ଼ିକାଲ ପକ୍ଷରୁ ଆମ୍ବୁଲାନ୍ସ ବାହାରିଥିଲା ହେଲେ ରାସ୍ତାର ଅବସ୍ଥା ଭଲ ନଥିବାରୁ ଆମ୍ବୁଲାନ୍ସଟି ନୂଆଗାଁ ଜାନିସାହିରେ ଅଧା ରାସ୍ତାରେ ଅଟକି ଯାଇଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ରୋଗୀକୁ ଖଟିଆରେ ଶୁଆଇ ତିନି କିଲୋମିଟର ରାସ୍ତା କାନ୍ଧରେ ବୋହି ଆଣିଥିଲେ।

ସେଠାରୁ ପ୍ରଥମେ ଗାଲେରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ, ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଉଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.