ETV Bharat / state

Crocodile Attack: ଗଞ୍ଜାମରେ ମାତିଛି କୁମ୍ଭୀର, ଗାଧୋଇବା ବେଳେ ଯୁବକଙ୍କୁ କଲା ଆକ୍ରମଣ

author img

By

Published : Jul 20, 2023, 2:24 PM IST

ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଡ୍ୟାମ ନିକଟ ଦିଗପହଣ୍ଡି ବ୍ଲକ ଖମାରି ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ । ଅଧିକ ପଢନ୍ତୁ

crocodile attack
crocodile attack

crocodile attack

ବ୍ରହ୍ମପୁର: କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ । ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଡ୍ୟାମ ନିକଟ ଦିଗପହଣ୍ଡି ବ୍ଲକ ଖମାରି ଗାଁରେ ଏଭଳି ଘଟଣା ଘଟିଛି । ଆହତ ଜଣକ ହେଲେ ଦାଉଣୀ ଗାଁର ଟୁକୁନା ବେହେରା ବୋଲି ଜଣାପଡିଛି । ସେ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା । ଏନେଇ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଦାଉଣୀ ଗାଁର ଟୁକୁନା ବେହେରା ରାଜମିସ୍ତ୍ରୀ ରୂପେ କାମ କରିବାକୁ ଖମାରି ଗାଁକୁ ଆସିଥିଲେ । ଗାଁ ସାଗରକୁ ସ୍ନାନ କରିବାକୁ ଯାଇଥିବା ବେଳେ ଯୁବକ ଜଣଙ୍କ ଗୋଡ଼କୁ କୁମ୍ଭୀର କାମୁଡି ଦେଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । କୁମ୍ଭୀର ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେହିପରି ଗତ ଜୁନ୍ ୨୬ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଘୋଡାହାଡ ନଦୀରେ ଗାଧୋଉଥିବା ବେଳେ ପଞ୍ଚମ ଶ୍ରେଣୀ ଛାତ୍ରକୁ ଏକ କୁମ୍ଭୀର ଟାଣି ନେଇଥିଲା । ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର ହୋଇଥିଲା ଛାତ୍ରଙ୍କ ମୃତଦେହ । ଘଟଣାଦିନ ମୃତ ଛାତ୍ର ଶୁଭ୍ରାଂଶୁ ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟରୁ ଆସି ଗ୍ରାମ ନିକଟରେ ବହି ଯାଇଥିବା ଘୋଡାହାଡ ନଦୀକୁ ସ୍ନାନ କରିବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା ।

ଏହା ମଧ୍ୟ ପଢନ୍ତୁ- କୁମ୍ଭୀର ଆକ୍ରମଣ ଘଟଣାରେ ପ୍ରଶାସନିକ ଅବହେଳାକୁ ଦାୟୀ; ଭିତରକନିକା ରାସ୍ତା ଅବରୋଧ କଲେ ଲୋକେ

ଅନ୍ୟପଟେ ଶୁଭ୍ରାଂଶୁ ଘରକୁ ନ ଫେରିବା ଦେଖି ପରିବାର ଲୋକେ ନଦୀକୁ ଯାଇ କୂଳରେ ଯାଇ ଖୋଜିଥିଲେ । ସେଠାରେ ତାଙ୍କ ପୋଷାକ ଓ ଚପଲ ରହିଥିବା ବେଳେ ଶୁଭ୍ରାଂଶୁ ନ ଥିଲେ । ଅନ୍ୟପଟେ ନଦୀ ତୁଠ ଠାରୁ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର ମତ୍ସ୍ୟଜୀବୀ ମାନେ ଡଙ୍ଗା ସାହାର୍ଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ । ଯାହାଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡି ପଳାଇଥିଲା । ଏପଟେ ଶୁଭ୍ରାଂଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ଅନ୍ୟପକ୍ଷରେ ନୂଆଗାଁ ପୋଲିସ ମଧ୍ୟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.