ETV Bharat / state

12 ଦଫା ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ

author img

By

Published : Nov 20, 2020, 8:39 AM IST

ଗ୍ରାମୀଣ ଡାକସେବକଙ୍କୁ ପଦନ୍ନୋତି ପ୍ରଦାନ କରିବା ଭଳି ବାର ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି ଗ୍ରାମୀଣ ଡାକସେବକ ସଂଘ ।

ବାର ଦଫା ଦାବୀ ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ
ବାର ଦଫା ଦାବୀ ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ

ବ୍ରହ୍ମପୁର: ଗ୍ରାମୀଣ ଡାକସେବକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଜି.ଡି.ଏସ୍ କମିଟିର ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା, ବିଭାଗୀୟ କର୍ମଚାରୀଙ୍କ ଅବସରକାଳୀନ ପେନସେନ୍ ପ୍ରଦାନ କରିବା , ଗ୍ରାମୀଣ ଡାକସେବକଙ୍କୁ ପଦନ୍ନୋତି ପ୍ରଦାନ କରିବା ଭଳି ବାର ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି ଗ୍ରାମୀଣ ଡାକସେବକ ସଂଘ ।

ବାର ଦଫା ଦାବୀ ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ

ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ବ୍ରହ୍ମପୁର ସହରର ମୁଖ୍ୟ ଡାକଘର ସମ୍ମୁଖରେ ଆୟୋଜିତ ପ୍ରତିବାଦ ସାମିଲ ହୋଇଥିଲେ ଗ୍ରାମୀଣ ଡାକସେବକ ସଂଘର କର୍ମକର୍ତ୍ତା । ସଂଘର ଓଡିଶା ସର୍କଲର ସମ୍ପାଦକ କଳ୍ପବଟ୍ଟ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ସରକାର ତୁରନ୍ତ ଏହି ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ୨୬ ତାରିଖରେ ଧର୍ମଘଟକୁ ଓଲ୍ଲାଇବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.