ବିଦେଶୀ ମଦ କାରବାରରେ ସଂପୃକ୍ତ 4 ଜଣଙ୍କୁ ବାନ୍ଧିଲା ବ୍ରହ୍ମପୁର ପୋଲିସ

author img

By

Published : Sep 13, 2022, 1:49 PM IST

ଗୋଳନ୍ଥରା ଥାନା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଉପରେ ଚଢାଉ

ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ସ୍ଥାନରେ ଚଢାଉ କରାଯାଇ 4 ଜଣଙ୍କୁ ଗିରଫ କରିବା ସହିତ ବହୁ ପରିମାଣର ନକଲି ବିଦେଶୀ ମଦ ସାମଗ୍ରୀ ଜବତ(police seized duplicate foreign liquor ) କରାଯାଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ପୋଲିସର ବଡ ସଫଳତା । ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଉପରେ ଚଢାଉ କରିଛି ପୋଲିସ (police seized duplicate foreign liquor) । ତେବେ ବ୍ରହ୍ମପୁର ସହର ସମେତ ଉପକଣ୍ଠ ଅଞ୍ଚଳର ବିଭିନ୍ନ ସ୍ଥାନରେ ବଢି ଚାଲିଥିବା ଗୋଟିଏ ପରେ ଗୋଟିଏ ନକଲି ବିଦେଶୀ ମଦ କାରବାରକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

ଗୋଳନ୍ଥରା ଥାନା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଉପରେ ଚଢାଉ

ସୂଚନା ଅନୁଯାୟୀ, ଗୋଳନ୍ଥରା ଅଞ୍ଚଳର ଟାମଣା ଏବଂ ସିଂହଳା ଅଞ୍ଚଳର ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଗୋଳନ୍ଥରା ଥାନା ପୋଲିସ । ଏନେଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ପୋଲିସ ଘଟଣା ସ୍ଥଳରୁ ଚାରି କାଟୁନ୍ 20 ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା । ଏନେଇ ଏହି ଘଟଣାରେ ପୋଲିସ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ଅଞ୍ଚଳର ମୁନା ନାୟକ, ସହରର ଆସିକା ରୋଡ ଅଞ୍ଚଳର ବୁଲୁ ପାତ୍ର, ଜଗବନ୍ଧୁ ସାହି ଅଞ୍ଚଳର ସନିଆ ସାହୁ ଏବଂ କନିଷି ହାଟ ଅଞ୍ଚଳର ନିଲୁ ସାହୁକୁ ଗିରଫ କରିଛି ।

ଏଥିସହ ସେମାନଙ୍କ ନିକଟରୁ 40 ଲିଟର ସ୍ପିରିଟ୍, 500 ଖାଲି ବୋତଲ, ତିନି ହଜାରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଠିପି, ବିଭିନ୍ନ ବିଦେଶୀ ମଦ କମ୍ପାନୀର ଲେବଲ୍, ଅପମିଶ୍ରିତ ବେଦେଶୀ ମଦ 20 ଲିଟର ସହିତ ଏକ ଅଟୋରିକ୍ସାକୁ ଜବତ କରିଛି ପୋଲିସ । ବ୍ରହ୍ମପର ସହର ତଥା ଉପକଣ୍ଠ ଅଞ୍ଚଳରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ସ୍ଥାନରେ ଚଢାଉ କରାଯାଇ ଏହାକୁ ଧରିବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି ।

ସୂଚନା ଥାଉକି, କିଛିଦିନ ପୁର୍ବେ ବିପୁଳ ପରିମାଣର ନକଲି ବିଦେଶୀ ମଦକୁ ଜବତ କରିଥିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ ସମୟରେ ୧୩୪ ଲିଟର ବିଭିନ୍ନ ନାମୀଦାମୀ କମ୍ପାନୀର ବୋତଲରେ ପ୍ୟାକିଙ୍ଗ କରାଯାଇଥିବା ନକଲି ବିଦେଶୀ ମଦ ସମେତ ୪୦ ଲିଟର ମଦ ପ୍ରସ୍ତୁତ କରାଯିବା ପାଇଁ ରହିଥିବା ସ୍ପିରିଟ ମଧ୍ୟ ଜବତ ହୋଇଥିଲା । ଏହି ଘଟଣାରେ ଖାଲି ବୋତଲ, ବିଭିନ୍ନ ବିଦେଶୀ ମଦ କମ୍ପାନୀର ଠିପି, ନକଲି ଲେବୁଲ କରିବାରେ ୨ଜଣ ଗିରଫ ହୋଇଥିବାବେଳେ, ୨ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.