ETV Bharat / state

ହୋଟେଲ ଓ ଷ୍ଟ୍ରିଟ ଫୁଡ ଦୋକାନରେ ବ୍ରହ୍ମପୁର ମହାନଗର ନିଗମର ଚଢାଉ

author img

By

Published : Feb 8, 2023, 12:54 PM IST

bemc raids
bemc raids

ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ ଏବଂ ଷ୍ଟ୍ରିଟ ଫୁଡ ଦୋକାନ ଉପରେ ବ୍ରହ୍ମପୁର ମହାନଗର ନିଗମର ଚଢାଉ । ଜରିମାନା ଆଦାୟ ସହ ସ୍ବଚ୍ଛତା ବଜାଇ ରଖିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

bemc raids

ବ୍ରହ୍ମପୁର: ମହାନଗର ନିଗମ ଅଧୀନ ବିଭିନ୍ନ ସ୍ଥାନରେ ଥିବା ଷ୍ଟ୍ରିଟ ଫୁଡ ଦୋକାନ ଏବଂ ହୋଟେଲରେ ବିମସି ପକ୍ଷରୁ ଚଢାଉ କରାଯାଇଛି । ଗତକାଲି(ମଙ୍ଗଳବାର) ନିଗମର କମିଶନର ଜେ.ସୋନାଲଙ୍କ ନେତୃତ୍ବରେ ଶ୍ରମ ବିଭାଗ, ଯୋଗାଣ ବିଭାଗ, ମାପ ଓ ଓଜନ ବିଭାଗକୁ ନେଇ ଗଠିତ ମିଳିତ ଟିମ୍ ଏହି ଚଢ଼ାଉ କରିଥିଲେ। ଖାଦ୍ୟର ମାନ ଯାଞ୍ଚ କରିବା ସହ ଜରିମାନା ଆଦାୟ କରିଥିବା ନେଇ ସୂଚନା ମିଳିଛି ।

ମୁଖ୍ୟତଃ ହୋଟେଲ ଓ ଫାଷ୍ଟଫୁଡ ଗୁଡିକ ଖାଦ୍ୟରେ ରଙ୍ଗ ମିଶାଉଛନ୍ତି କି ନାହିଁ, ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି କି, ହୋଟେଲ ପରିବେଶ କିପରି ରହିଛି, ଡଷ୍ଟବିନ୍ ବ୍ୟବହାର ହେଉଛି କି ନାହିଁ ତାହାକୁ ଅନୁଧ୍ୟାନ କରିଥିଲେ । ସିଟି ହାଇସ୍କୁଲରେ ରୋଡରେ ଥିବା ୨୦ରୁ ଅଧିକ ଠେଲାରେ ଯାଞ୍ଚ କରାଯାଇଥିଲା । ଏହାପରେ ଖଲ୍ଲିକୋଟ କଲେଜ ସାମ୍ନାରେ ରହିଥିବା ଠେଲା ଦୋକନରେ ମଧ୍ୟ ଯାଞ୍ଚ କରାଯାଇଥିଲା ।

ଯେଉଁମାନେ ଏହାର ଖିଲାପ କରିବେ ତାହାରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମହାନଗର ନିଗମ । ଅପମିଶ୍ରିତ ଖାଦ୍ୟ ନଷ୍ଟ କରିବା ସହ ସେଗୁଡିକର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଖାଦ୍ୟ ତିଆରି ଏବଂ ବିକ୍ରି ବେଳେ ସ୍ବଚ୍ଛତା ଅବଲମ୍ବନ କରିବାକୁ କେତେକ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ ବିଏମସି ଅଧିକାରୀ । ସେହିପରି ଅନେକ ଠେଲା କର୍ମଚାରୀଙ୍କୁ ନୋଟିସ ଜାରି କରିବା ସହ ଜରିମାନା ଆଦାୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Rani Panda In Khandagiri Jatra: ରାଣୀଙ୍କ ଆଚରଣ ନୁହେଁ ଉଚ୍ଚାରଣ, ବିଏମସି SOPକୁ କଲା ଫୁ

ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଜରିମାନା ସହିତ କେତେକ ସ୍ଥାନକୁ ସିଲ କରାଯାଇଛି । ପୂର୍ବରୁ ସହରରେ ବ୍ୟବସାୟ କରୁଥିବା ରାସ୍ତାକଡର ହୋଟେଲ ଓ ଫାଷ୍ଟଫୁଡ ବ୍ୟବସାୟୀମାନଙ୍କୁ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଶେଷରେ କଡାକଡି ଯାଞ୍ଚ କରାଯାଇଛି ।

ଏନେଇ ବିଏମସି କମିଶନର କହିଛନ୍ତି, "ପ୍ରାୟତଃ ଦୋକାନରେ ସ୍ବଚ୍ଛତା ବଜାଇ ରଖାଯାଉ ନାହିଁ । ସେମାନେ ବହୁତ ପ୍ରକାର ଫୁଡ କଲର ବ୍ୟବହାର କରୁଛନ୍ତି ଯାହାକି ସ୍ବାସ୍ଥ୍ୟପକ୍ଷେ ହାନିକାରିକ । ଗୁପଚୁପ ବିକୁଥିବା ଲୋକ ହାତରେ ଗ୍ଲୋବସ ପିନ୍ଧୁନଥିବା ବେଳେ ମୁଣ୍ଡରେ ମଧ୍ୟ କିଛି ପିନ୍ଧୁ ନାହାନ୍ତି । ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଖାଇବା ବିକ୍ରି କରିଲେ ଲୋକେ ରୋଗୀରେ ପୀଡିତ ହେବେ । ଅଭିଯୋଗ ପରେ ଆମ ଟିମ ଯାଞ୍ଚ କରୁଛନ୍ତି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.