ETV Bharat / state

Rani Panda In Khandagiri Jatra: ରାଣୀଙ୍କ ଆଚରଣ ନୁହେଁ ଉଚ୍ଚାରଣ, ବିଏମସି SOPକୁ କଲା ଫୁ

author img

By

Published : Feb 8, 2023, 8:15 AM IST

ଖଣ୍ଡଗିରି ମେଳାରେ ପୁଣି ବିଏମସିର SOPକୁ ଫୁ କଲେ ଚର୍ଚ୍ଚିତ ଯାତ୍ରା କଳାକାର ରାଣୀ ପଣ୍ଡା । ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ରେ ନିଜ କାହାଣୀ ଉପରେ ରାଣୀ ନାଟକ କରିବା ସହ ଅପଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Rani Panda In Khandagiri Jatra
Rani Panda In Khandagiri Jatra

Khandagiri Jatra

ଭୁବନେଶ୍ବର: ଯାତ୍ରା ମହାକୁମ୍ଭରେ ସାମିଲ ହୋଇଛି ଅପେରା ସ୍ବର୍ଣ୍ଣମନ୍ଦିର । ଖଣ୍ଡଗିରି ବସ୍‌ ଟର୍ମିନାଲ୍‌ ନିକଟ ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ପେଣ୍ଡାଲରେ ଅପେରା ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ଙ୍କ କାହାଣୀ ଦର୍ଶକଙ୍କୁ ରୋମାଞ୍ଚିତ କରିଛି । ଚଳିତ ଯାତ୍ରାରେ ରାଣୀଙ୍କ ଉଚ୍ଚାରଣ ବିଏମସି SOPକୁ ଫୁ କରିଛି । ଯାତ୍ରାରେ ରାଣୀଙ୍କ ଅପଶବ୍ଦ ବ୍ୟବହାର ପରିବାର ସହ ଯାଇଥିବା ଯାତ୍ରାପ୍ରେମୀଙ୍କ ଦ୍ବାରା ହଜମ ହୋଇନଥିବା ଅଭିଯୋଗ ହୋଇଛି । ବିଏମସି ଓ ପୋଲିସର ଉଦାସୀନତା ଏପରି ଅଶ୍ଳୀଳତାକୁ ପ୍ରଶୟ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

ଅପେରାର ରାତିରେ ରାଣୀ ପଣ୍ଡା ନିଜ ଜୀବନ କାହାଣୀ ସହ ନାଟକ ପରିବେଷଣ କରିଥିଲେ । ଆଉ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଲୋକଙ୍କ ଲୋକଙ୍କ ଭିଡ ଲାଗିଥିଲା ସତ, କିନ୍ତୁ ସବୁ ସୀମା ସରହଦକୁ ଡେଇଁ ପଡ଼ିଥିଲା ରାଣୀଙ୍କ ଉଚ୍ଚାରଣ । ଯାତ୍ରା ଜଗତର ଚର୍ଚ୍ଚିତ ନାୟିକା ରାଣୀ ପଣ୍ଡା ବି ମଞ୍ଚକୁ ହଲଚଲ କରିଥିଲେ । ତାଙ୍କର ଡ୍ୟାନ୍ସ ଯେତିକି ପେଣ୍ଡାଲକୁ ଦୁଲୁକାଇ ନଥିଲା, ଉଚ୍ଚାରଣରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯାତ୍ରାପ୍ରେମୀ । ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ଏହି ନାଟକର ଅଭିନୟ କରିଥିଲେ ରାଣୀ । ପ୍ରଥମେ ଆଇଟମ ଡ୍ୟାନ୍ସରେ ରାଣୀ ଆସିଥିଲେ ନଜରକୁ । ତା ପରେ ଆରମ୍ଭ ଯାତ୍ରାର ସଂଳାପ । ନିଜର ପୁରୁଣା ଫର୍ମାଟକୁ ଯାଇ ରାଣୀ ଅପଶବ୍ଦର ବ୍ୟବହାର କରିଥିଲେ ।

ଏହା ବି ପଢନ୍ତୁ- 5G Internet Service: ରାଜ୍ୟର ୧୩ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

ଯଦିଓ ତାଙ୍କର ନୃତ୍ୟ ଓ ଅପଶବ୍ଦ ବ୍ୟବହାର କରି ନାଟକ ପରିବେଷଣ ଯୁବପିଢିଙ୍କୁ ମତୁଆଲା କରିଥିଲା କିନ୍ତୁ ପରିବାର ନେଇ ନାଟକ ଦେଖୁଥିବା ଲୋକ ସହଜରେ ହଜମ କରି ପାରିନଥିଲେ । ରାଣୀଙ୍କ ଜୀବନରେ ଘଟିଥିବା ବାସ୍ତବ ଘଟଣାକୁ ଏହି ନାଟକରେ ଯଦିଓ ଦେଖିବାକୁ ମିଳିଛି କିନ୍ତୁ ନିଜର ବଏଫ୍ରେଣ୍ଡକୁ ଚାପୁଡ଼ା ପରେ ଚାପୁଡ଼ା ସହ ଅନେକ ଯାତ୍ରାର ଦୃଶ୍ୟ ସମସ୍ତଙ୍କୁ ଆଚାର୍ଯ୍ୟ କରୁଥିଲା । ହାତରେ ପାନୀୟ ଅଛି, ତା ସାଙ୍ଗକୁ ରାଣୀ ଯେଉଁଭଳି ଶବ୍ଦ ପ୍ରୟୋଗ କରିଛନ୍ତି ତାହା ମଧ୍ୟ ଅଶୋଭନୀୟ ଓ ଅଶାଳୀନତାକୁ ରହିଥିଲା । ଫଳରେ ରାଣୀ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ନଗ୍ନତା କଟକଣାକୁ ଫୁ କରିଥିଲେ ।

କଳାକାର ବି ବାଟ ହୁଡ଼ି ଯାଇଥିଲେ । ଯାତ୍ରା ପରିଚାଳନା କମିଟି ହେଉ କି ଯାତ୍ରା ପାର୍ଟି । ସମସ୍ତେ ନିୟମ ଭିତରେ ରହିବା ଉଚିତ ବୋଲି କୁହାଯାଇଥିଲା । ହେଲେ ତାହା କିନ୍ତୁ ଦେଖିବାକୁ ମିଳିନଥିଲା ରାଣୀ ପଣ୍ଡାଙ୍କ ଅଭିନୀତ ନାଟକରେ । ଖାଲି ସେତିକି ନୁହେଁ ଡ୍ୟାନ୍ସରେ ପାଣି ଭିଜା ନୃତ୍ୟକୁ ମନା କରାଯାଇଥିବା ବେଳେ ତାହା ବି ଏଠାରେ ପରିବେଷଣ ହୋଇଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଏମସି ଓ ପୋଲିସର ଉଦାସୀନତା ଏହାକୁ ଆହୁରି ପ୍ରସୟ ଦେଉଛି ବୋଲି ଚର୍ଚ୍ଚା ହୋଇଛି ।

ଅନ୍ୟପଟେ ରାଣୀ ପଣ୍ଡାଙ୍କୁ ବିଶେଷ ଭାବେ ଏହି ମଞ୍ଚକୁ ବାରଣ କରଯାଇଥିବା ବେଳେ ଅଶାଳୀନ ନୃତ୍ୟ ପାଇଁ ବାରଣ କରାଯାଇଥିଲା । ହେଲେ ରାଣୀ ତାହାକୁ ମାନି ନଥିଲେ ଆଉ ଆନମନା ହୋଇ ନାଟକ ଆଳରେ ଦର୍ଶକଙ୍କ ଆଗରେ ଯାତ୍ରା ପରିବେଷଣ କରିଥିଲେ ରାଣୀ । ଆଚରଣ ବଦଳରେ ଉଚ୍ଚାରଣକୁ କରିଛନ୍ତି ଉତ୍କଟ । ମଞ୍ଚରେ ବେପରୁଆ ଶବ୍ଦ ବ୍ୟବହାର କରି ଦର୍ଶକଙ୍କୁ କରିଛନ୍ତି ଉତ୍ତେଜିତ । ଯାହାକୁ ନେଇ କାହଁଡଗିରିରେ ଅଶାଳୀନତା ସୀମା ଲଙ୍ଘିଥିବା ବେଳେ ନାପସନ୍ଦ କରିଛନ୍ତି ଯାତ୍ରା ପ୍ରେମୀ ।

ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶାଳୀନତା ଆକାଶ ଛୁଇଁଥିବା ବେଳେ ଏଠାରେ ପ୍ରଶ୍ନ ଉଠୁଛି ବିଏମସିର ଏସଓପି ପାଳନ କରିବା କାହାର ଦାୟିତ୍ଵ ? ଯାତ୍ରା ପରିଚାଳନା କମିଟି ନା ମଞ୍ଚକୁ ହଲଚଲ କରୁଥିବା କଳାକାର । ଯଦି ନଗ୍ନତା ଉପରେ କଟକଣା ତେବେ କାହିଁକି ଅଶ୍ରାବ୍ୟ ଶବ୍ଦ ଉପରେ ବ୍ରେକ ଲାଗିପାରୁନି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.