Covid Restriction In Ganjam: ଆଜିଠୁ ୧୭ ପର୍ଯ୍ୟନ୍ତ ବେଳାଭୂମିକୁ ଯିବା ମନା

author img

By

Published : Jan 13, 2022, 11:42 AM IST

Covid19 Restriction: ଆଜି ଠାରୁ ୧୭ ପର୍ଯ୍ୟନ୍ତ ବନ୍ଦ ହେଲା ଗଞ୍ଜାମର ସମସ୍ତ ବେଳାଭୂମି

୧୩ ତାରିଖ (ଆଜି) ଠାରୁ ଆସନ୍ତା ଜାନୁଆରୀ ୧୭ ତାରିଖ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରମୁଖ ବେଳାଭୂମି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଆଜି ଠାରୁ ଆସନ୍ତା ଜାନୁଆରୀ ୧୭ ତାରିଖ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରମୁଖ ବେଳାଭୂମି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୪ ତାରିଖରେ ଓଡିଆଙ୍କ ବଡ ପର୍ବ ମକର ସଂକ୍ରାନ୍ତି ଏବଂ ତେଲୁଗୁ ସଂପ୍ରଦାୟର ମୁଖ୍ୟ ଉତ୍ସବ ପୋଙ୍ଗଲ ରହିଛି । ଉତ୍ସବରେ ଜମସମାଗମ ଅଧିକ ଥିବାରୁ କୋଭିଡ ନିୟମକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବେଳାଭୂମିକୁ ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

  • In order to avoid large gatherings during upcoming festivals and to ensure COVID-19 protocol, all sea beaches in Ganjam such as Gopalpur, Sonapur, etc. & other major water bodies shall remain closed for public from 13th to 17th Jan’22. @CMO_Odisha @SRC_Odisha @IPR_Odisha

    — Collector & District Magistrate, Ganjam (@Ganjam_Admin) January 12, 2022 " class="align-text-top noRightClick twitterSection" data=" ">

ଗଞ୍ଜାମର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ସମେତ ସୋନପୁର ପ୍ରମୁଖ ବେଳାଭୂମି ସମେତ ଅନ୍ୟ ମୁଖ୍ୟ ଜଳାଶୟଗୁଡିକ ଏହି ସମୟରେ ବନ୍ଦ ରଖିବାକୁ କୁହାଯାଇଛି । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସୂଚନା ଥାଉକି ପୁଣି ଥରେ କୋରୋନା ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଆଜି ଦୈନିକ ସଂକ୍ରମଣ ୧୦ ହଜାର ପାର କରିଛି।ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.