ପ୍ରେମ ସଂପର୍କ ନେଇ ଯୁବକଙ୍କୁ ଛୁରାମାଡ, ପୋଲିସର ତଦନ୍ତ ଜାରି

author img

By

Published : Sep 17, 2021, 10:14 PM IST

ପ୍ରେମ ସଂପର୍କକୁ ନେଇ ଯୁବକଙ୍କୁ ଛୁରାମାଡ, ପୋଲିସର ତଦନ୍ତ ଜାରି

ପତ୍ନୀଙ୍କ ପ୍ରେମ ସଂପର୍କରୁ ଗଲା ସ୍ବାମୀର ଜୀବନ । ହାଟ କରିବାକୁ ଆସିଥିବା ବେଳେ ଯୁବକଙ୍କୁ ଛୁରାମାଡ । ଅଧିକ ପଢନ୍ତୁ...

ଗଜପତି: ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ହାଟରେ ଘଟିଛି ଅଘଟଣ । ଜିରାଙ୍ଗ ସାପ୍ତାହିକ ହାଟରେ ଯୁବକକୁ ଛୁରାମାଡ । ଜନଗହଳି ପୂର୍ଣ୍ଣ ହାଟରେ ଛୁରାମାଡ କରିଛି ଆକ୍ରମଣକାରୀ । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଆହତ ଯୁବକକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ପ୍ରେମ ସଂପର୍କକୁ ନେଇ ଯୁବକଙ୍କୁ ଛୁରାମାଡ, ପୋଲିସର ତଦନ୍ତ ଜାରି

ସେଠାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ରାସିବାଡ ଗ୍ରାମର ରଞ୍ଜିତ ଦାଣ୍ଡିଆ । ପୋଲିସ ଆକ୍ରମଣକାରୀକୁ କାବୁ କରିଥିବା ବେଳେ ଆକ୍ରମଣକାରୀ ବାପୁନୀ ଆଚାରୀ ବୋଲି ଜଣାପଡିଛି । ଅଭିଯୁକ୍ତ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ନେଇ ସୁଚନା ମିଳିଛି ।

ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଏନେଇ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ବିବାହ ପୂର୍ବରୁ ସୁଚିତ୍ରା ଦଣ୍ଡିଆଙ୍କୁ, ବାପୁନୀ ପ୍ରେମ ନିବେଦନ କରି ଆସୁଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ପୁଅ ସହ ସୁଚିତ୍ରାର ବିବାହ ହୋଇଥିଲା ।

ପରେ ଆକ୍ରମଣକାରୀ ବାପୁନୀ, ସୁଚିତ୍ରାଙ୍କୁ ହଇରାଣ କରୁଥିବା ବେଳେ ଆଜି (ଶୁକ୍ରବାର) ସ୍ବାମୀଙ୍କ ସହ ଜିରାଙ୍ଗ ହାଟକୁ ଆସିଥିବା ସମୟରେ ଅତର୍କିତ ଭାବେ ସ୍ବାମୀ ରଞ୍ଜିତକୁ ଛୁରିରେ ଆକ୍ରମଣ ହୋଇଥିଲା ବୋଲି ରଞ୍ଜିତଙ୍କ ସ୍ତ୍ରୀ ଓ ପରିବାର ଲୋକେ ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.