ଗଜପତିରେ ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି, ଗୋଟିଏ ପ୍ରଶ୍ନ ଆସିଛି ଏକାଧିକ ଥର

author img

By

Published : Mar 18, 2023, 1:09 PM IST

Errors in Odisha Matric question paper

ଗଜପତିରେ ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପ୍ରଶ୍ନ ଏକାଧିକ ଥର ଆସିଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ

Errors in Odisha Matric question paper

ଗଜପତି: ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ବିଭ୍ରାଟ ଖବର ସାମ୍ନାକୁ ଆସୁଛି । କେତେବେଳେ ପ୍ରଶ୍ନପତ୍ର ଭାଇରାଲ ହେଉଛି ତ ଆଉ କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଯାଉଛି । ଆଜି ସାମାଜିକ ପରୀକ୍ଷା ରହିଥିବା ବେଳେ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏହି ଅଭିଯୋଗ କରିଛନ୍ତି । ଗୋଟିଏ ପ୍ରଶ୍ନ ଦୁଇଟି ସ୍ଥାନରେ ଥିବା ବେଳେ ଆଉ କେତୋଟି ପ୍ରଶ୍ନପତ୍ରରେ ଗୋଟିଏ ଗୋଟିଏ ପ୍ରଶ୍ନ ଜମାରୁ ନଥିବା ନେଇ ଛାତ୍ରଛାତ୍ରୀ କହିଛନ୍ତି ।

ଏନେଇ ଜଣେ ପରୀକ୍ଷାର୍ଥୀ ଅଭିଯୋଗ କରି କହିଛନ୍ତି, " ୫୦ଟି ପ୍ରଶ୍ନ ବଦଳରେ ୪୯ଟି ପ୍ରଶ୍ନ ଆସିଛି । ସେହିଭଳି ୧୮ଟି ପ୍ରଶ୍ନ ଏକାଧିକ ଥର ଆସିଛି । କେବଳ ଗୋଟିଏ ପରୀକ୍ଷା କେନ୍ଦ୍ରର ୧୦୩ଜଣ ପିଲାଙ୍କଠାରେ ଏଭଳି ଭୁଲ ଥିବା ଜଣାପଡିଛି । ଏଭଳି ପ୍ରଶ୍ନପତ୍ର ଆମକୁ ପରୀକ୍ଷା ହଲରେ ଦିଆଯାଇଥିଲା । ଏହାଦ୍ବାରା ଆମର ଯେଉଁ କ୍ଷତି ହେବ ସରକାର ଭରଣା କରିବା ଆବଶ୍ୟକ । ଏନେଇ ଆମକୁ ଗ୍ରେସ ମାର୍କ ଦରକାର ।" ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ପରୀକ୍ଷା ସଂଯୋଜିକା ଏସ.ମଣିମାଳା ସ୍ବୀକାର କରିବା ସହ ଏ ସମ୍ପର୍କରେ ବୋର୍ଡକୁ ଜଣାଇଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 5T Secretary Visits Nabarangpur: ନବରଙ୍ଗପୁର ଗସ୍ତରେ 5T ସଚିବ, ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ

ଅନ୍ୟଜଣେ ଛାତ୍ର ଅଭିଯୋଗ କରି କହିଛନ୍ତି,"ଯେତେବେଳ ପରୀକ୍ଷା ପେପର ଦିଆଗଲା ଆମେ ଦେଖିଲା ବେଳକୁ ୧୯ଟା ପ୍ରଶ୍ନ ବାରମ୍ବାର ଆସିଥିଲା । ଆମେ ଉତ୍ତର ଲେଖିଛୁ ହେଲେ କେତେ ମାର୍କ ଆସିବ ଆମେ ଜାଣିପାରୁନୁ । ତେଣୁ ଏନେଇ ଆମକୁ ନ୍ୟାୟ ମିଳିବା ଦରକାର । ମୋର ବି ସେଟ ଥିଲା କିନ୍ତୁ ବହୁତ ପ୍ରଶ୍ନ ଓ ସେଟରୁ ଆସିଥିଲା । ବାରମ୍ବାର ବୋର୍ଡ ପରୀକ୍ଷାରେ ତ୍ରୁଟି ଖବର ସାମ୍ନାକୁ ଆସୁଥିଲା ଆଜି ଆମ ସ୍କୁଲରେ ହୋଇଛି । ଏହା ଯେହେତୁ ବୋର୍ଡର ତ୍ରୁଟି ତେଣୁ ଆମକୁ ନ୍ୟାୟ ଦିଆଯାଉ । ଏହା ବଦଳରେ ଆମକୁ ଗେସ ମାର୍କ ମିଳୁ ।"

ଏହା ମଧ୍ୟ ପଢନ୍ତୁ: କଳାଧନ ସମ୍ପର୍କରେ ଆଜି SITର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅର୍ଚ୍ଚନା ନାଗ ମାମଲାରେ ହୋଇପାରେ ଆଲୋଚନା

ପ୍ରକାଶଥାଉକି, ନବରଙ୍ଗପୁର ଜିଲ୍ଲାରେ ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ ହେବାର କିଛି ସମୟ ପରେ ଉତ୍ତର ପେପର ମଧ୍ୟ ଭାଇରାଲ ହୋଇଥିଲା । ପ୍ରାଥମିକ ସ୍ତରରେ ନବରଙ୍ଗପୁର ସଦର ବ୍ଲକ ବିକ୍ରମପୁର ହାଇସ୍କୁଲରୁ ଏହି ଅଭିଯୋଗ ଆସିଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.