ଦିନିକିଆ ଗଜପତି ଗସ୍ତରେ ଡିଜିପି ଅଭୟ, ଗଞ୍ଜେଇ ମୁକ୍ତ ପାଇଁ କଲେ ରଣନୀତି

author img

By

Published : Oct 15, 2021, 9:10 AM IST

Updated : Oct 15, 2021, 11:02 AM IST

ଦିନକିଆ ଗଜପତି ଗସ୍ତରେ ଡିଜିପି ଅଭୟ, ଗଞ୍ଜେଇ ମୁକ୍ତ ପାଇଁ କଲେ ରଣନୀତି

ପୋଲିସ ଡିଜି ଅଭୟ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ପୋଲିସର ବିଭିନ୍ନ କାର୍ଯ୍ୟକଳାପର ଅନୁଧ୍ୟାନ କରିବା ସହ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

ଗଜପତି: ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଗସ୍ତ ସମୟରେ ଜିଲ୍ଲା ପୋଲିସର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କହିଛନ୍ତି । ଜିଲ୍ଲାରେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାରୁ ଏ ଦିଗରେ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମେ ପୋଲିସ ଡିଜି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ପୋଲିସର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରିଥିଲେ । ବିଶେଷକରି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାରୁ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚି ଗଞ୍ଜେଇ ମୁକ୍ତ ଜିଲ୍ଲା କରିବାକୁ ଜିଲ୍ଲା ପୋଲିସ ଅଧିକାରୀଙ୍କ ସହ ରଣନୀତି ବିଷୟରେ ଆଲୋଚନା କରିଛନ୍ତି ।

ଦିନକିଆ ଗଜପତି ଗସ୍ତରେ ଡିଜିପି ଅଭୟ, ଗଞ୍ଜେଇ ମୁକ୍ତ ପାଇଁ କଲେ ରଣନୀତି

ଜିଲ୍ଲାର ଅଡବା, ମୋହନା ଓ ଆର ଉଦୟଗିରି ଥାନାରେ ଗଞ୍ଜେଇ ଚାଲାଣ ନେଇ ମାମଲା ବୃଦ୍ଧି ପାଉ ଥିବାବେଳେ ଏଥିରେ ରୋକ୍ ଲଗାଇବା ନେଇ ଜିଲ୍ଲାର ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ଜିଲ୍ଲା ପୋଲିସରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Oct 15, 2021, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.