ETV Bharat / state

ଢେଙ୍କାନାଳରେ ଚାଞ୍ଚଲ୍ୟ: ପୃଥକ ସ୍ଥାନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Jul 19, 2023, 8:37 AM IST

ଢେଙ୍କାନାଳ ଶ୍ୟାମଚରଣପୁର ଷ୍ଟେସନ ନିକଟ ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ହୋଇଥିବା ବେଳେ ବୋରାପଦା ଗ୍ରାମ ନିକଟ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି । ଅଧିକ ପଢନ୍ତୁ

dead body found
dead body found

dead body found

ଢେଙ୍କାନାଳ: ଜିଲ୍ଲାରେ ପୃଥକ ପୃଥକ ସ୍ଥାନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଶ୍ୟାମଚରଣପୁର ଷ୍ଟେସନ ନିକଟ ରେଳ ଧାରଣାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ପୂର୍ବତଟ ରେଳପଥର ଢେଙ୍କାନାଳ ଶ୍ୟାମଚରଣପୁର ଷ୍ଟେସନ ନିକଟରେ ଅଜଣା ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ଗତ ଦୁଇ ଦିନ ହେଲା ଏହି ମୃତଦେହ ପଡିରହି ଥିଲେ ମଧ୍ୟ ରେଳ ବିଭାଗ ପୋଲିସ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇନାହିଁ । ମୃତ ବ୍ୟକ୍ତିଙ୍କର ଶରୀର କ୍ଷତ ବିକ୍ଷତ ବୟସ ୬୦ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି । ମୃତ୍ୟୁର ସଠିକ କାରଣ ଜଣ ପଡିନଥିଲେ ମଧ୍ୟ କୌଣସି ଟ୍ରେନ ଯାତ୍ରୀ ଓ ଟ୍ରେନରୁ ଖସି ପଡି ହେଉ କିମ୍ବା ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ତାଙ୍କର କୌଣସି ପରିଚୟ ମିଳିପାରି ନ ଥିବା ବେଳେ ତୁରନ୍ତ ଉକ୍ତ ମୃତଦେହ ଉଦ୍ଧାର କରି ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅନ୍ୟପଟେ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମ ନିକଟର ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ସଦର ଥାନା ବୋରାପଦା ଗ୍ରାମର ଅମର ଦେହୁରୀ ବୋଲି ଜଣାପଡିଛି । ମୃତ ଅମର ଜଣେ ଦିନ ମଜୁରିଆ ଥିଲେ। ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ପୋଲିସର ଅନୁରୋଧ କ୍ରମେ ଢେଙ୍କାନାଳ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଅଜଣା ଗଳିତ ମୃତଦେହ ଠାବ, ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର

ପ୍ରକାଶ ଥାଉକି, ଗତ ୧୬ ତାରିଖରେ ଢେଙ୍କାନାଳର ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମ ବାଇପାସ ନିକଟରେ ଅଜଣା ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । କିଛି ପଥଚାରୀ ବାଲିବୋ ରାସ୍ତା ଦେଇ ଯାଉଥିବା ସମୟରେ କିଛି ପଚାସଢ଼ା ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ । ତେବେ ଅଧିକ ରାତି ହୋଇଯାଇଥିବାରୁ ପଚାସଢ଼ା ଦୁର୍ଗନ୍ଧ କେଉଁ ଆଡ଼ୁ ଆସୁଥିଲା ତାହା କିଛି ସ୍ପଷ୍ଟ ବାରି ପାରିନଥିଲ । ତେବେ କିଛି ଅଘଟଣର ଆଶଙ୍କା କରି ପଥଚାରୀ ବାଲିବୋ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ମଧ୍ୟ କାଳ ବିଳମ୍ବ ନକରି ତୁରନ୍ତ ଭୁବନ ଥାନାକୁ ଖବର ଦେଇଥିଲେ । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶରୀରରୁ ମୁଣ୍ଡ ଅଲଗା ହୋଇଥିବା ମୃତଦେହକୁ ଠାବ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.