ETV Bharat / state

କୋରୋନା କଟକଣାରେ ପାଳିତ ହେଲା ରାମନବମୀ, ଖାଁ ଖାଁ ସପ୍ତଶଯ୍ୟା

author img

By

Published : Apr 21, 2021, 3:55 PM IST

କୋରୋନା କଟକଣାରେ ପାଳିତ ହେଲା ରାମନବମୀ । ସଂକ୍ରମଣ ପାଇଁ ସପ୍ତଶଯ୍ୟା ପୀଠକୁ ଆସିଲେନି ଭକ୍ତ । ଅଧିକ ପଢନ୍ତୁ....

ram navami celebration in saptasarjya pitha
କୋରୋନା କଟକଣାରେ ପାଳିତ ହେଲା ରାମନବମୀ, ସପ୍ତଶଯ୍ୟା ପୀଠ ଖାଁ ଖାଁ

ଢେଙ୍କାନାଳ: ଆଜି ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ। ଏହି ଦିନକୁ ସମସ୍ତେ ରାମନବମୀ ଭାବେ ପାଳନ କରନ୍ତି। ତେବେ ଚଳିତ ବର୍ଷ ଢେଙ୍କାନାଳର ସପ୍ତଶଯ୍ୟା ପୀଠରେ କୋରୋନା କଟକଣା ଭିତରେ ପାଳିତ ହୋଇଛି ରାମନବମୀ। ପରମ୍ପରା ମୁତାବକ ସେଠାରେ ପୂଜାର୍ଚ୍ଚନା କରାଯାଇଛି ।

କୋରୋନା କଟକଣାରେ ପାଳିତ ହେଲା ରାମନବମୀ, ସପ୍ତଶଯ୍ୟା ପୀଠ ଖାଁ ଖାଁ

ସଂକ୍ରମଣ ଦୃଷ୍ଟିରୁ ମନ୍ଦିର ଭିତରକୁ ଭକ୍ତଙ୍କୁ ଛଡାଯାଉ ନାହିଁ। ପୀଠର ପ୍ରବେଶ ପଥରେ ପୋଲିସ ମୁତୟନ ହୋଇଛନ୍ତି। ସାଧାରଣ ଦର୍ଶନ ବନ୍ଦ ଥିବାରୁ ଭକ୍ତଙ୍କୁ ପ୍ରବେଶ ପଥରୁ ଫେରାଇ ଦିଆଯାଇଛି। କାଁ ଭା ଭକ୍ତ ଦୂରରୁ ଦର୍ଶନ କରି ଫେରୁଛନ୍ତି । ପ୍ରତ୍ୟକ ବର୍ଷ ସପ୍ତଶଯ୍ୟା ପୀଠରେ ଖୁବ ଧୁମଧାମରେ ପାଳିତ ହୋଇଥାଏ ରାମନବମୀ। ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ସାଙ୍ଗକୁ ସାମୁହିକ ପ୍ରସାଦ ସେବନ, ବିଭିନ୍ନ ଦୋକାନ ବଜାର ପଡିଥାଏ। କିନ୍ତୁ ଚଳିତ ବର୍ଷ ତାହା ଦେଖିବାକୁ ମିଳିନାହିଁ। ରାମନବମୀରେ ସପ୍ତଶଯ୍ୟା ପୀଠ ବିନା ଭକ୍ତରେ ଖାଁ ଖାଁ ଲାଗୁଛି। କେବଳ ପରମ୍ପରା ମୁତାବକ ପୀଠରେ ଚାଲିଛି ପୂଜାପାଠ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.