ETV Bharat / state

ଗୁଳିମାଡ଼ରେ ଯୁବକ ମୃତ, ସମିତି ସଭ୍ୟ ହତ୍ୟା ମାମଲାର ଥିଲା ମୁଖ୍ୟ ଅଭିଯୁକ୍ତ

author img

By ETV Bharat Odisha Team

Published : Sep 28, 2023, 8:32 PM IST

କାମାକ୍ଷାନଗରରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୂର୍ବ ଶତୃତାରୁ ଦୀପକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଅଧିକ ପଢନ୍ତୁ

murder case prime accuse shot dead
ଗୁଳିମାଡ଼ରେ ଯୁବକ ମୃତ

ଗୁଳିମାଡ଼ରେ ଯୁବକ ମୃତ

ଢେଙ୍କାନାଳ: କାମାକ୍ଷାନଗରରେ ପୁଣି ଫୁଟିଲା ଗୁଳି । ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଛାତିରେ ଗୁଳି ବାଜିବା ସହ ବେକରେ କ୍ଷତ ହୋଇଥିବାବେଳେ ରାସ୍ତା ଉପରେ ରକ୍ତାକ୍ତ ମୃତଦେହ ପଡିରହିଥିଲା । ମୃତକଙ୍କ ଘର ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ ହୋଇଥିବା ଜଣାପଡିଛି । ଗୁଳିମାଡ଼ ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, କାମାକ୍ଷାନଗର ଥାନା ମାଳବନ୍ଧ ରେଲଓ୍ବେ ବ୍ରିଜ ସଉରିଆ ଆମ୍ବତୋଟା ନିକଟରେ ଆଜି ସକାଳୁ ନୀର ଓରଫ ନିରାକାର ସାହୁ ନାମକ ଯୁବକଙ୍କ ମୃତଦେହ ଠାବ ହୋଇଛି । ତାଙ୍କ ଛାତିରେ ଗୁଳି ବାଜିବା ସହ ବେକରେ କ୍ଷତ ଚିହ୍ନ ରହିଛି।

ତେବେ ବାରୁଆଁ(କା) ସମିତିସଭ୍ୟ ଦୀପକ ମାହୁନ୍ତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରହିଥିଲା ନୀର । ସେପ୍ଟମ୍ବର 24 ତାରିଖ 2021 ମସିହାରେ ଗୁଳିମାଡରେ ବାରୁଆଁ(କା) ସମିତିସଭ୍ୟ ଦୀପକ ମାହୁନ୍ତଙ୍କର ଜୀବନ ଯାଇଥିଲା। ଦୀର୍ଘ ଦିନ ଧରି ଜେଲରେ ଥିବାବେଳେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ନୀର ପ୍ରାୟ ୪ ମାସ ହେବ ଜାମିନରେ ଆସିଥିଲା। ପୂର୍ବ ଶତୃତାରୁ ଦୀପକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ସର୍ବେଶ୍ବର ସାହୁ ଗଣମାଧ୍ୟମ ଓ ପୋଲିସ ଆଗରେ ପ୍ରକାଶ କରିଛନ୍ତି।

ଏହା ବି ପଢନ୍ତୁ...ମିଳୁନି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା, ଋଣ ଟଙ୍କା ଆଦାୟ କରି ଫେରୁଥିବାବେଳେ ନିଖୋଜ

ଏହା ବି ପଢନ୍ତୁ...ଦୁର୍ବୁତ୍ତଙ୍କ ଆତଙ୍କରାଜ, ସୁନା ବେପାରୀଙ୍କୁ ଗୁଳି କରି ଲୁଟ

ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ କାମାକ୍ଷାନଗର ଥାନା ଅଧିକାରୀ ପହଞ୍ଚିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପୋଲିସ । ଘଟଣାସ୍ଥଳରେ ତୁରନ୍ତ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ଆଡିସନାଲ ଏସପି ସୂର୍ଯ୍ୟମଣି ପ୍ରଧାନ ମଧ୍ୟ ପହଞ୍ଚିଥିଲେ । ଏହାସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ତେବେ ନିରାକର ବ୍ୟବହାର କରୁଥିବା କାରକୁ ଦୁର୍ବୃତ୍ତ ମାନେ ହତ୍ୟା ପରେ ନେଇଯାଇଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରୁ ଗୋଟିଏ ଖୋକା ମଧ୍ୟ ଜବତ କରିଛି ପୋଲିସ। ଏନେଇ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି, "ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟାକାରୀମାନଙ୍କୁ ଧରିବା ପାଇଁ 2 ଟି ଟିମ୍ ଗଠନ କରାଯାଇଛି । ତଦନ୍ତ କରାଯାଇ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ସେପଟେ ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବାବେଳେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।


ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.