ଢେଙ୍କାନାଳରେ ଗଣପତିଙ୍କ ଭସାଣି ଶୋଭାଯାତ୍ରା

author img

By

Published : Sep 7, 2022, 7:07 PM IST

ଢେଙ୍କାନାଳରେ ଗଣପତିଙ୍କ ଭସାଣି ଶୋଭାଯାତ୍ରା

ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଦୀର୍ଘ ୬ଦିନ ଧରି ଧରାଧାମରେ ଅବସ୍ଥାନ ପରେ ବିଦାୟ ନେଲେ ଗଜାନନ । ଏନେଇ ଢ଼େଙ୍କାନାଳ ସହରରେ ଅନୁଷ୍ଠିତ ହୋଇଥିଲା ଗଣେଶ ମେଢ଼ର ଭସାଣି ଉତ୍ସବ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ : ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଦୀର୍ଘ ୬ ଦିନ ଧରି ଧରାଧାମରେ ଅବସ୍ଥାନ ପରେ ଗତକାଲି (ମଙ୍ଗଳବାର) ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଏଥିପାଇଁ ଢେଙ୍କାନାଳ ସହରରେ ଅନୁଷ୍ଠିତ ହୋଇଥିଲା ଗଣେଶ ମେଢ଼ର ଭସାଣି ଉତ୍ସବ । ଏହି ଭସାଣି ଉତ୍ସବରେ ଚଳିତ ବର୍ଷ ୩୮ଗୋଟି ମଣ୍ଡପର ଗଣେଶ ମେଢ଼ ସାମିଲ ହୋଇଥିଲେ । ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ବାଜା, ଘଣ୍ଟ ଓ ରୋଷଣୀରେ ସମଗ୍ର ବଜାର ପ୍ରକମ୍ପିତ ହୋଇ ଉଠିଛି ।

ଢେଙ୍କାନାଳରେ ଗଣପତିଙ୍କ ଭସାଣି ଶୋଭାଯାତ୍ରା

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଏହି ଭସାଣୀ ଶୋଭଯାତ୍ରାର ମାହୋଲରେ ମତୁଆଲା ହୋଇ ଉଠିଥିଲେ । ମେଢ଼ର ଆଗେ ଆଗେ ମଣ୍ଡପ ଗୁଡିକ ପକ୍ଷରୁ ଆୟୋଜିତ ପାରମ୍ପାରିକ ବାଜା ଘଣ୍ଟ, ଘଣ୍ଟା ମାଦଲ ସାଙ୍ଗକୁ ଅତ୍ୟାଧୁନିକ ବାଜାର ଆସରରେ କମ୍ପି ଉଠିଛି ଢେଙ୍କାନାଳ । ନାଚ ଗୀତର ଆସରରେ ପ୍ରଭୁ ଗଜାନନଙ୍କୁ ବିଦାୟ ଦେଉଛନ୍ତି ଢ଼େଙ୍କାନାଳ ବାସିନ୍ଦା । ସବୁ ବର୍ଷ ପରି ଗଣେଶ ପୂଜା କମିଟି ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ମେଳଣ ଉତ୍ସବ ଆୟୋଜିତ ହୋଇଥିଲା । ଏଠାରେ ଢେଙ୍କାନାଳ ସହରର ସମସ୍ତ ୩୮ଗୋଟି ଗଣେଶ ମେଢ଼ ସାମିଲ ହୋଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଲୋଗଣ୍ୟଗି ଭି.ଦିବ୍ୟାଙ୍କ ଉପସ୍ଥିତିରେ ସମସ୍ତ ମେଢ଼ର କର୍ମକର୍ତ୍ତାଙ୍କୁ ନେଇ ଲଟେରୀ ମାଧ୍ୟମରେ କ୍ରମିକ ନମ୍ବର ଦିଆଯାଇଥିଲା । ପରେ ନିଜର କ୍ରମିକ ନମ୍ବର ମୁତାବକ ମେଢ଼ ଗୁଡିକ ବଜାର ମୁଖ୍ୟ ରାସ୍ତାରେ ମିଳିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂର୍ବରୁ ନିର୍ଦ୍ଧାରିତ ପୁଷ୍କରଣୀ ଅଭିମୁଖେ ପ୍ରଭୁଙ୍କ ମୂର୍ତ୍ତିକୁ ବାଜା ଓ ରୋଷଣୀରେ ବିସର୍ଜନ କରିବା ପାଇଁ ଗୋଟିଏ ପରେ ଗୋଟିଏ ମେଢ଼ ମିଳିତ ଶୋଭାଯାତ୍ରାରେ ଯାଇଥିଲେ।

ପୌରସଂସ୍ଥା ପକ୍ଷରୁ କିପରି ଜଳ ପ୍ରଦ୍ୟୁଷଣ ନହେବ ସେଥିପାଇଁ ସହରର କାଠ ଶଙ୍ଖ, ଜେଲ ପୋଖରୀ ଓ ଭାଗିରଥି ସାଗର ପୋଖରୀରେ ସ୍ୱତନ୍ତ୍ର ଭାବେ ମୂର୍ତ୍ତି ବିସର୍ଜନ ନିମନ୍ତେ ପ୍ରସ୍ତୁତି କରାଯାଇଥିଲା । ବେଶ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହ ଏହି ମିଳିତ ଭସାଣି ଉତ୍ସବରେ ଜିଲ୍ଲାବାସୀ ନିଜକୁ ସାମିଲ କରିଥିଲେ । ତେବେ ଚଳିତ ବର୍ଷ ଢେଙ୍କାନାଳରେ ଏହି ମିଳିତ ଗଣେଶ ମେଢ଼ ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ପୂଜା ମଣ୍ଡପର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ମିନା ବଜାରର ଫାଇଭ ଷ୍ଟାର କ୍ଲବ ସଭାପତି ରାଜକୁମାର ପାଣ୍ଡେ କହିଛନ୍ତି ''ଦୀର୍ଘ ଦୁଇବର୍ଷ ପରେ କୋଭିଡ କଟକଣା ବିନା ଭସାଣି ମେଲଣ ହେଉଛି । କୋରୋନା ମହାମାରୀ ସମୟରେ ଭିଡ଼କୁ ବାରଣ ଥିବାରୁ ଭସାଣି ଉତ୍ସବରେ ଭକ୍ତମାନେ ସାମିଲ ହୋଇପାରୁନଥିଲେ । ଏହା ସହିତ ନିରାଡମ୍ବରରେ ଭସାଣି ଯାତ୍ରା ହେଉଥିଲା । ମାତ୍ର ଚଳିତ ବର୍ଷ ବିନା କଟକଣାରେ ପୂଜା ସାଙ୍ଗକୁ ଭସାଣି ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଧୁମଧାମରେ ପାଳନ କରାଯାଉଛି ।''

ଇଟିଭି ଭାରତ, ଢ଼େଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.