ଲଗାଣ ବର୍ଷାରୁ ଗାଁରେ ପଶିଲା ବନ୍ୟାଜଳ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

author img

By

Published : Sep 15, 2021, 10:34 AM IST

ଲଗାଣ ବର୍ଷାରୁ ଗାଁରେ ପଶିଲା ବନ୍ୟାଜଳ, ହନ୍ତସନ୍ତ ଗ୍ରାମବାସୀ

ଲଗାଣ ବର୍ଷା କାରଣରୁ ଢେଙ୍କାନାଳ ଅଉଖାମା ଗାଁରେ ପଶିଛି ପାଣି । ଫଳରେ ଦୁଇଦିନ ହେବ ଚୁଲି ଜଳି ନାହିଁ । ଏ ନେଇ ପ୍ରଶାସନିକ ଅବହେଳାକୁ ନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳର ୫ ଘଣ୍ଟା ଧରି ଗାଡି ଚଳାଚଳ ଠପ ହୋଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ରାଜ୍ୟରେ ଲଘୁଚାପଜନିତ ବର୍ଷାରେ କଲବଲ ହେଉଛନ୍ତି ଲୋକେ । ଲଗାଣ ବର୍ଷା କାରଣରୁ ଢେଙ୍କାନାଳ ଅଉଖାମା ଗାଁରେ ପଶିଛି ପାଣି । ଫଳରେ ଦୁଇଦିନ ହେବ ଚୁଲି ଜଳି ନାହିଁ । ଏ ନେଇ ପ୍ରଶାସନିକ ଅବହେଳାକୁ ନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳର ୫ ଘଣ୍ଟା ଧରି ଗାଡି ଚଳାଚଳ ଠପ ହୋଇଛି ।

ଲଗାଣ ବର୍ଷାରୁ ଗାଁରେ ପଶିଲା ବନ୍ୟାଜଳ, ହନ୍ତସନ୍ତ ଗ୍ରାମବାସୀ

ଜିଲ୍ଲାର ସାପୁଆ ନଦୀରେ ବନ୍ୟା ଆସିଛି । ଫଳରେ ନଦୀର ବନ୍ୟା ଜଳ ଢେଙ୍କାନଲ ସଦର ବ୍ଲକ ଅନ୍ତର୍ଗତ ଅଉଖମା ଗ୍ରାମରେ ପଶିଯାଇଛି । ଯାହା ଫଳରେ ଅଉଖମା ଗାଁ ଜଳବନ୍ଦୀ ହୋଇଯାଇଛି । ଲୋକଙ୍କ ଘରେ ଘରେ ପାଣି ପଶିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକ ଦୁଇଦିନ ହେବ ଗାଁରେ ରୋଷେଇ ବନ୍ଦ ହୋଇଛି । ଶୁଖିଲା ଖାଦ୍ୟ ପାଇଁ ଗାଁ ଲୋକେ ଡହଳ ବିକଳ ହେଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ସହାୟତା ଦୂରରେ ଥାଉ କୌଣସି ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ । ଯାହାକୁ ନେଇ ଏହି ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଗ୍ରାମବାସୀ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗାଁ ମଧ୍ୟରୁ ଜଳ ନିଷ୍କାସନ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବା ପାଇଁ ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶହଶହ ଗାଡି । ଘଟଣାସ୍ଥଳରେ ଭାପୁର ଫାଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ୫ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.