ETV Bharat / state

ସ୍କୁଲ୍‌ ଫେରାଇଦିଅ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ କୁନିକୁନି ଛାତ୍ରଛାତ୍ରୀ

author img

By

Published : Apr 21, 2022, 9:41 PM IST

୨୦ରୁ କମ୍‌ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଇ ଦିଆଯାଇଛି । ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ପଶାସିଂହ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ସ୍କୁଲ୍‌ ପୁନଃ କାର୍ଯ୍ୟକ୍ଷମ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ
ସ୍କୁଲ୍‌ ପୁନଃ କାର୍ଯ୍ୟକ୍ଷମ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ୨୦ରୁ କମ୍‌ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରାଯାଇଛି । ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ପଶାସିଂହ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ । ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସ୍କୁଲ୍‌ ପୁନଃ କାର୍ଯ୍ୟକ୍ଷମ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ

ଢେଙ୍କାନାଳ ଓଡ଼ପଡା ବ୍ଲକ ଅନ୍ତର୍ଗତ ପଶାସିଂହ ପ୍ରାଥମିକ ବିଦ୍ୟାଳୟରେ କମ୍‌ ଉପସ୍ଥାନ ନେଇ ଗତବର୍ଷ ଠାରୁ ଶିକ୍ଷାଦାନ ବନ୍ଦ କରାଯାଇଥିଲା । ଶିକ୍ଷା ବିଭାଗର ନୂତନ ନିୟମ ଅନୁଯାୟୀ ଏହି ସ୍କୁଲକୁ ସ୍ଥାନୀୟ ରସାସିଂହ ସ୍କୁଲରେ ମିଶ୍ରଣ କରାଯାଇଛି । ତେବେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହାକୁ ନେଇ ଆଜି(ଗୁରୁବାର) ପଶାସିଂହ ସ୍କୁଲର ଛାତ୍ରଛାତ୍ରୀ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ମିଳିତ ପ୍ରାର୍ଥନା କରିଥିଲେ ଏହାପରେ ଧାରଣା ବସିଥିଲେ । ପଶାସିଂହ ସ୍କୁଲ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅଡି ବସିଥିଲେ । ଖବରପାଇ ଜିଲ୍ଲା ଶିକ୍ଷାଧିକାରୀ ପହଞ୍ଚି ସେମାନଙ୍କର ଦାବି ଉପରେ ପୁନଃ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.