ETV Bharat / state

୮ଦଫା ଦାବିରେ ଢେଙ୍କାନାଳରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

author img

By

Published : Dec 26, 2022, 7:11 PM IST

ପୁଣି ଗର୍ଜିଲେ ଅଙ୍ଗନବାଡି କର୍ମୀ । ସହରରେ ପ୍ରତିବାଦ ଶୋଭଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

Anganwadi workers protest
ଅଙ୍ଗନବାଡି କର୍ମୀଙ୍କ ଧାରଣା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମଚାରୀମାନେ ଭାରତୀୟ ମଜଦୁର ସଂଘ ସହାୟତାରେ ଆଜି ସହରରେ ବିଶାଳ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି (Anganwadi workers protest) । ବିଭିନ୍ନ ଦାବି ଲିଖିତ ପ୍ଲାକାର୍ଡ ସାଙ୍ଗକୁ ବିଭିନ୍ନ ସ୍ଲୋଗାନମାନ ଦେଇ ଶୋଭାଯାତ୍ରରେ ସହର ପରିକ୍ରମା ଥିଲେ(demanding over various issue) । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ଆଗାମୀ ସମୟରେ ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଶୋଭାଯାତ୍ରାରେ ଅଙ୍ଗନବାଡି କର୍ମଚାରୀମାନେ ସେମାନଙ୍କ ନିଯୁକ୍ତିକୁ ସରକାରୀ ମାନ୍ୟତା ଦେବାପାଇଁ ଦାବି କରିଛନ୍ତି । ନଚେତ ମାସିକ ଅନ୍ୟୁନ ୧୮ହଜାର ଟଙ୍କା ଦରମା, ଅବସରକାଳୀନ ୫ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କର ଏବଂ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ଭଳି ୮ ଦଫା ଦାବିରେ ଗତ ନଭେମ୍ବର ୨୧ତାରିଖରୁ ଅଙ୍ଗନବାଡି କର୍ମଚାରୀ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି(ସୋମବାର) ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି ।

ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଯାହା ବ୍ୟବସ୍ଥା କରିଛନ୍ତି ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । କର୍ମୀମାନଙ୍କ ମୋବାଇଲ ଟ୍ରାକରରେ ରଖାଯାଇଛି । ଅଙ୍ଗନବାଡ଼ି କର୍ମୀମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା ଉପରେ ଆଞ୍ଚ୍‌ ଆସୁଛି । ବଜାର ଦର ଯାହା ହେଲାଣି ତାହା ତୁଳନାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦିନକୁ 8ଟଙ୍କା ପ୍ରତି ମିଲ୍ ଖାଇବାକୁ ଦିଆଯାଉଛି । ଯେଉଁଠି ଗୋଟିଏ ଅଣ୍ଡାର ଦାମ 8 ଥିବା ବେଳେ କିପରି ସେମାନେ ଏହାକୁ ରୋଷେଇ କରି ଖାଇବାକୁ ଦେବେ ପ୍ରଶ୍ନ କରିଛନ୍ତି ।

ତେଣୁ ଯେପର୍ଯ୍ୟନ୍ତ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଦାବି ପୂରଣ କରି ନାହାନ୍ତି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ । କୌଣସି ପରିସ୍ଥିତିରେ ବି ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଖୋଲାଯିବ ନାହିଁ । ଆଉ କୌଣସି ପ୍ରକାରର ରାଜ୍ୟ ସରକାରଙ୍କ କାମରେ ହାତ ବି ଦେବୁ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି ଆନ୍ଦୋଳନକାରୀ । ଯେପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନି । ଏହାସହ ଦରମା ମାସିକ ୧୮ ହଜାର କରାଯାଇନି, ତାସହ ଅନ୍ୟାନ୍ୟ ଦାବିଗୁଡିକ ପୂରଣ କରିବାକୁ ମହାସଂଘ ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ । ହେଲେ କେହି କଥା ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.