ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିକାଶ ଠାରୁ ବହୁ ଦୂରରେ ଓଡ଼କୋପା ଗାଁ

author img

By

Published : Sep 11, 2021, 7:36 PM IST

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିକାଶ ଠାରୁ ବହୁ ଦୂରରେ ଓଡ଼କୋପା ଗାଁ

ନୟାଗଡ ଜିଲ୍ଲା ନୁଆଗାଁ ବ୍ଳକ୍ ଅନ୍ତର୍ଗତ ବେରୁହାଁବାରି ଗ୍ରାମ ପଞ୍ଚାୟତର ଓଡ଼କୋପା ଗ୍ରାମବାସୀ ନାନା ସମସ୍ୟାରେ ଜର୍ଜରିତ l ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ଓଡ଼କୋପା ଗାଁ । ଅଧିକ ପଢନ୍ତୁ...

ନୟାଗଡ଼: ନୟାଗଡ ଜିଲ୍ଲା ନୁଆଗାଁ ବ୍ଳକ୍ ଅନ୍ତର୍ଗତ ବେରୁହାଁବାରି ଗ୍ରାମ ପଞ୍ଚାୟତର ଓଡ଼କୋପା ଗ୍ରାମବାସୀ ନାନା ସମସ୍ୟାରେ ଜର୍ଜରିତ l ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ଓଡ଼କୋପା ଗାଁ । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ସମସ୍ୟା କହିଲେ ନ ସରେ । ଏଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଓଡ଼କୋପା ଗ୍ରାମବାସୀ ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିକାଶ ଠାରୁ ବହୁ ଦୂରରେ ଓଡ଼କୋପା ଗାଁ

ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାବେଳେ ପ୍ରଶାସନକୁ ବାରମ୍ବାର ଗୁହାରି କରି ଥକିପଡ଼ିଲେଣି ଗ୍ରାମବାସୀ l ରାସ୍ତା ଭଳି ଏକ ମୁଖ୍ୟ ସମସ୍ୟା ରହିଛି । ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ହଇରାଣ ହରକତ ହେଉଛନ୍ତି । ଜରୁରୀକାଳୀନ ସମୟରେରେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଆସିବା କାଠିକର ହୋଇପଡ଼େ । ଗାଁକୁ ଯିବାକୁ ହେଲେ ଜଙ୍ଗଲ ମଧ୍ୟରେ ଅଣଓସାରିଆ କାଦୁଅ ପଚପଚ ରାସ୍ତା ଦେଇ ଯିବାକୁ ପଡ଼ିଥାଏ ।

କାହାର ଦେହ ଖରାପ ହେଲେ ଏବେ ବି ଖଟିଆରେ ରୋଗୀ ବୁହା ହୁଅନ୍ତି । ନିର୍ବାଚନ ସମୟରେ ଗାଁର ସମସ୍ୟା ପୂରଣ ଦିଗରେ ରାଜନେତା ପୁଳାପୁଳା ପ୍ରତିଶୃତି ଦେଇଥାନ୍ତି l ହେଲେ ପରେ ଏହା ଧୂଆଁବାଣ ସଦୃଶ୍ୟ ଲାଗେ l ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କୁହନ୍ତି l ନୟାଗଡ଼ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.