ରାମିଆଳ ବାମ ପାର୍ଶ୍ବ ମୁଖ୍ୟ କେନାଲରେ ଘାଇ, ଜଳମଗ୍ନ ଏକର ଏକର ଧାନ କ୍ଷେତ

author img

By

Published : Sep 2, 2022, 11:30 AM IST

ରାମିଆଳ ବାମ ପାର୍ଶ୍ବ ମୁଖ୍ୟ କେନାଲରେ ଘାଇ, ଜଳମଗ୍ନ ହେଲା ଏକର ଏକର ଧାନ କ୍ଷେତ

କଙ୍କଡ଼ାହାଡ ବ୍ଲକ ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ବ ମୁଖ୍ୟ କେନାଲରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ଅନେକ ଜମି ଜଳମଗ୍ନ ହୋଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲା କଙ୍କଡ଼ାହାଡ ବ୍ଲକ ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ବ ମୁଖ୍ୟ କେନାଲରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି (50ft breach in ramial canal) । ଯାହାଫଳରେ ଅନେକ ଜମି ଜଳମଗ୍ନ ହୋଇଛି । ତେବେ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟ ଘଳିଆ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଆସି ସାମାନ୍ୟ କିଛି ମାଟି ଦେଇ ଘଳିଆ ବନ୍ଦ କରିଦେଇ କାମ ସାରି ଦେଇଥିଲେ । ଯାହା ଫଳରେ ଆଜି ତାହା ଏକ ବଡ଼ ଘାଇ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରାମିଆଳ ବାମ ପାର୍ଶ୍ବ ମୁଖ୍ୟ କେନାଲରେ ଘାଇ, ଜଳମଗ୍ନ ହେଲା ଏକର ଏକର ଧାନ କ୍ଷେତ

ତେବେ ଘାଇ ସୃଷ୍ଟି ହେବାର ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ଉପର ମୁଣ୍ଡରେ ଥିବା ଗେଟକୁ ବନ୍ଦ କରି ଦେଇଛନ୍ତି । ଫଳରେ କେନାଲରେ ପାଣି ନିଷ୍କାସନ ସମ୍ପୂର୍ଣ ବନ୍ଦ ହେବା ସହ ସୃଷ୍ଟି ହୋଇଥିବା ଘାଇ ବନ୍ଧାଇବା ପାଇଁ ବିଭାଗୀୟ ଅଧିକାରୀ ବ୍ୟବସ୍ଥା ଜାରି ରଖିଛନ୍ତି। ସେପଟେ ଧାନ କ୍ଷେତରେ ପାଣି ପଶି ଯିବାରୁ ଚିନ୍ତାରେ ଚାଷୀ । ହାତ ଉଧାରି, ଧାରକରଜ କରି ଚାଷ ପାଇଁ ଆଣିଥିବା ଟଙ୍କାକୁ କିପରି ପରିଶୋଧ କରିବେ ସେନେଇ ହତାଶ ହୋଇପଡିଛି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ସହ କ୍ଷେତରେ ପଶିଥିବା ପାଣିକୁ ନିଷ୍କାସନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ । ସେପଟେ ଖୁବଶୀଘ୍ର ଜଳ ନିଷ୍କାସନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ଏହାବି ପଢନ୍ତୁ: ରାଜୁଆ ନଦୀରେ ଘାଇ, ପାଣି ଘେରରେ ଖୋର୍ଦ୍ଧା ବ୍ଲକ

ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳର ସ୍ଥିତି ବେହାଲ ହୋଇପଡିଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା । ଫଳରେ ଗମନାଗମନ ପାଇଁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଥିଲେ । ବିଶେଷକରି କାମାକ୍ଷାନଗର ତୁମୁସିଂହା ଅଞ୍ଚଳରେ ସ୍ଥିତି ସଙ୍ଗୀନ ମଧ୍ୟ ରହିଥିଲା ।

ବର୍ଷା ଯୋଗୁଁ କାମାକ୍ଷାନଗର ତୁମୁସିଂହା ଠାରେ ଥିବା ଆପ୍ରୋଚ ରୋଡଟି ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା । ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଂହା ଜୋର ଉପରେ ବ୍ରିଜ କାମ ଚାଲିଛି । ସେଥିପାଇଁ ଅସ୍ଥାୟୀ ଭାବେ ତିଆରି ଆପ୍ରୋଚ ରୋଡ ଉପରେ ପାଖାପାଖି ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ନିର୍ଭରଶୀଳ । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡଟି ଧୋଇ ହୋଇଯିବାରୁ ଯାତାୟତ ଠପ୍‌ ହୋଇପଡିଥିଲା । ଫଳରେ ସ୍ଥାନୀୟଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.