ବର୍ଷା ବିତ୍ପାତ, କାନ୍ଥ ଭୁଶୁଡି ୧୧ ଛେଳି-ମେଣ୍ଢା ମୃତ

author img

By

Published : Sep 13, 2021, 2:07 PM IST

Updated : Sep 13, 2021, 2:23 PM IST

ଲଘୁଚାପ ଜନିତ ଲଗାଣ ବର୍ଷା, କାନ୍ଥ ଭୁଶୁଡି ୧୧ଟି ଛେଳି ମେଣ୍ଢା ମୃତ

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା। ତେବେ ଲଗାଣ ବର୍ଷା କାରଣରୁ ସଦର ବ୍ଲକ ଅନ୍ତର୍ଗତ ଦୁର୍ଗା ପ୍ରାସାଦ ଗ୍ରାମରେ କାନ୍ଥ ପଡିଯିବାରୁ ୧୧ ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା। ଏହି ଲଗାଣ ବର୍ଷା କାରଣରୁ ଅନେକ ଧନ ଜୀବନ ନଷ୍ଟ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦୁର୍ଗା ପ୍ରାସାଦ ଗ୍ରାମରେ ଘଟିଛି ଅଘଟଣ । ଏହି ଗ୍ରାମର କନ୍ଧ ସାହିର ଟିମନ ଦେହୁରୀଙ୍କ ଘର କାନ୍ଥ ପଡି ୧୧ ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା, କାନ୍ଥ ଭୁଶୁଡି ୧୧ଟି ଛେଳି ମେଣ୍ଢା ମୃତ

ତେବେ ଗତକାଲି(ରବିବାର) ରାତିରୁ ଝିପ ଝିପ ବର୍ଷା ଲାଗିରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଆଜି ସକାଳ ୯ ଟା ସୁଧା ହାରାହାରି ୪୪.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଗଁନ୍ଦିଆ ବ୍ଲକରେ ସର୍ବାଧିକ ୮୦ ମିଲିମିଟର ଓ ଓଡ଼ପଡା ବ୍ଲକରେ ସର୍ବନିମ୍ନ ୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ଜଳ ସ୍ତର ସାମାନ୍ୟ ବଢିଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲାପାଇଁ ବିପଦମୁକ୍ତ ରହିଛି । ମାତ୍ର ଅନ୍ୟ ଉପନଦୀ ସପୁଆ, ରାମିଆଲ, ବଡ଼ଜୋରା ଓ ଡ଼ମଶାଳ ଆଦିରେ ଜଳସ୍ତର ବଢ଼ିବାରେ ଲାଗିଛି ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Sep 13, 2021, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.