ETV Bharat / state

ଏ ଅରାଜକକାରୀ ମାହାଲ ମାଣ୍ଡାମାନଙ୍କୁ ନିର୍ବାଚନରେ ଉଚିତ୍‌ ଜବାବ ଦେବା: ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Jan 20, 2024, 10:00 PM IST

Updated : Jan 20, 2024, 10:09 PM IST

Dharmendra pradhan on Mahal manda issue: ଏ ଅରାଜକକାରୀ ମାହାଲ ମାଣ୍ଡାମାନଙ୍କୁ ନିର୍ବାଚନରେ ଉଚିତ ଜବାବ ଦେବା । ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Dharmendra pradhan
Dharmendra pradhan

ଏ ଅରାଜକକାରୀ ମାହାଲ ମାଣ୍ଡାମାନଙ୍କୁ ନିର୍ବାଚନରେ ଉଚିତ୍‌ ଜବାବ ଦେବା: ଧର୍ମେନ୍ଦ୍ର

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ପ୍ରସଙ୍ଗରେ ପ୍ରତିକ୍ରିୟା ରଖଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଡମିଟ କାର୍ଡରେ ଥିବା ମାହାର ମାଣ୍ଡା କିଏ ବୋଲି ପ୍ରଶ୍ନ କରିଛନ୍ତି । ଆଜି ଓଡ଼ିଆ ପିଲାର ଭବିଷ୍ୟତ ମାହାଲ ମାଣ୍ଡାର ସ୍ବପ୍ନ ଭିତରେ ସୀମିତ ହୋଇଯାଇଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହାସହ ମହିଳା କଲ୍ୟାଣକାରୀ ଯୋଜନାର ମୂଳ ଆଧାର ଏସଏଚଜି । ୧୧ ଟଙ୍କା ସୁଧରୁ ୭ ଟଙ୍କା ସୁଧ କେନ୍ଦ୍ର ସରକାର ଦେଉଛନ୍ତି । ୪ ଟଙ୍କା ରାଜ୍ୟ ଦେଉଛି । ଏଠିକାର ସରକାର ମହିଳାଙ୍କୁ ଭ୍ରମିତ କରୁଛନ୍ତି ଯେ ମିଶନ ଶକ୍ତି ରାଜ୍ୟ ସରକାର କରୁଛନ୍ତି । ବିଜେପି ଶକ୍ତି ବନ୍ଦନ କର୍ମଶାଳାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଏଭଳି ଢଙ୍ଗରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ନିଜ ଅଭିଭାଷଣ ରଖିବା ସମୟରେ କହିଛନ୍ତି, "ରାଜ୍ୟରେ ରାକ୍ଷସ ମନୋବୃତ୍ତିର ଶାସନ କର୍ତ୍ତାମାନେ ଅଛନ୍ତି । ଏଠିକାର ଶାସନ ଦାୟିତ୍ବରେ ଥିବା ବନ୍ଧୁମାନଙ୍କ ଭିତରୁ ଅଧା ଡଜନ ମନ୍ତ୍ରୀ ଅପରାଧରେ ଆରୋପୀ ହୋଇଛନ୍ତି । ଡଜନ ଡଜନ ବିଧାୟକଙ୍କ ବିରୋଧରେ ଦଳୀୟ ନେତ୍ରୀଙ୍କ ଦ୍ବାରା ଆରୋପୀ ହୋଇଛନ୍ତି । ଏ ସରକାରକୁ ବଦଳାଇବାକୁ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡ଼ିବ ।"

ଏହା ବି ପଢନ୍ତୁ- ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

ନିଯୁକ୍ତି ନେଇ ରାଜ୍ୟରେ ଦୁର୍ନୀତି ଚାଲିଛି ବୋଲି କହି ଧର୍ମେନ୍ଦ୍ର କହିଛନ୍ତି, "କିଛି ଦିନ ହେବ ଗଣମାଧ୍ୟମରେ ଦୁଇଟି ଖବର ଚର୍ଚ୍ଚା ହେଉଛି । ଓଡ଼ିଶାରେ ୨୦ ହଜାର ପିଲାମାନଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପରୀକ୍ଷା ହେଲା ଯାହା ଏବେ ବିବାଦରେ ଅଛି । 5T ପାରଦର୍ଶିତାର ଓକିଲାତି କରୁଥିବା ଲୋକମାନେ, ଆଜି ଓଡ଼ିଆ ପିଲାର ଭବିଷ୍ୟତ ମାହାଲ ମାଣ୍ଡାର ସ୍ବପ୍ନ ଭିତରେ ସୀମିତ ହୋଇଯାଇଛି । ଏହି ଅରାଜକକାରୀ ମାହାଲ ମାଣ୍ଡାମାନଙ୍କୁ ଏ ନିର୍ବାଚନରେ ଉଚିତ ଜବାବ ଦେବା । ଇଷ୍ଟ ଇଣ୍ଡିଆ କମ୍ପାନୀ ଯେବେ ଆସିଥିଲେ ସେମାନେ ଏହିପରି ଭାଷା କହୁଥିଲେ । ଆମକୁ ସେ ଭାଷା ଜଣା ନାହିଁ । ଆଜି ଏ ମାହାଲ ମାଣ୍ଡାମାନେ ମାତିଛନ୍ତି ।"

ସେହିପରି ASO ପରୀକ୍ଷା ଯେବେ ହୋଇଥିଲା । ଆଗ ପରୀକ୍ଷା କଲେ, ପରୀକ୍ଷା ପରେ ତାର ନିୟମ ବଦଲାଇଦେଲେ । କୋର୍ଟ ତାକୁ ନିଷିଦ୍ଧ କଲେ, ଉପର କୋର୍ଟକୁ ଗଲେ । ଚକା ଆଖି ସବୁ ଦେଖୁଛି । ସୁପ୍ରିମ କୋର୍ଟଙ୍କ ଅର୍ଡର ଆସିଛି । ହାଇକୋର୍ଟଙ୍କ ମୂଳ ଜଜ୍ ମେଣ୍ଟଙ୍କୁ ସ୍ବୀକୃତି ଦେଇଛନ୍ତି । ଓଡ଼ିଆ ପିଲାଙ୍କ ଭବିଷ୍ୟତକୁ ଯିଏ ଅନ୍ଧାରକୁ ଠେଲି ଦେଉଛନ୍ତି । ଆପଣଙ୍କୁ ବିଚାର କରିବାକୁ ହେବ । ମାଆମାନଙ୍କୁ ଦୁର୍ଗା, ରଣ ଚଣ୍ଡୀ ହେବାକୁ ହେବ । ଗାଁ ଗଣ୍ଡା ନୁହେଁ, ବରଂ ଘରେ ଘରେ ଏ କଥା ପହଞ୍ଚାଇବାକୁ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 20, 2024, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.