ETV Bharat / state

ବର୍ଷାରେ ଭୁଶୁଡିଲା ଶ୍ରେଣୀଗୃହ, ବାରଣ୍ଡାରେ ଗଢ଼ା ଚାଲିଛି ଭବିଷ୍ୟତ

author img

By ETV Bharat Odisha Team

Published : Oct 8, 2023, 8:28 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ଶ୍ରେଣୀ କୋଠରୀ କାନ୍ଥ । ବାରଣ୍ଡାରେ ବସି ପାଠ ପଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ସେହିପରି ବିଦ୍ୟାଳୟର ଅନ୍ୟ ଶ୍ରେଣୀ କୋଠରୀ ଛାତ୍ରରୁ ଗଳୁଛି ପାଣି । ଅଧିକ ପଢ଼ନ୍ତୁ

ବର୍ଷାରେ ଭୁଶୁଡିଲା ଶ୍ରେଣୀଗୃହ
ବର୍ଷାରେ ଭୁଶୁଡିଲା ଶ୍ରେଣୀଗୃହ

ବର୍ଷାରେ ଭୁଶୁଡିଲା ଶ୍ରେଣୀଗୃହ

ଦେବଗଡ଼: ଲଗାଣ ବର୍ଷାରେ ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ । ବାରଣ୍ଡାରେ ବସି ପାଠ ପଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ସେହିପରି ବିଦ୍ୟାଳୟର ଅନ୍ୟ ଶ୍ରେଣୀ କୋଠରୀ ଛାତରୁ ଗଳୁଛି ପାଣି । ବାରଣ୍ଡା ଏବଂ ଭଙ୍ଗା ଶ୍ରେଣୀଗୃହ ମଧ୍ୟରେ ବିପଦ ସଂକୁଳ ଅବସ୍ଥାରେ ଗଢ଼ା ଚାଲିଛି ଭବିଷ୍ୟତ । ରାଜ୍ୟ ସରକାର ଶିକ୍ଷାର ବିକାଶ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ସାମନ୍ତରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସାମନ୍ତରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି । 1971 ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 79 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ଶିକ୍ଷାଦାନ ପାଇଁ 9 ଜଣ ସ୍ଥାୟୀ ଓ 2 ଜଣ ଅସ୍ଥାୟୀ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ଦୁର୍ବଳ ଅବସ୍ଥାରେ ଥିବା ପୁରୁଣା ଶ୍ରେଣୀ ଗୃହଟି ଗତ ବର୍ଷାରେ ଭୁଶୁଡି ପଡିଛି । ଆଉ ରହିଥିବା ମାତ୍ର 3 ଟି ଶ୍ରେଣୀ କୋଠରୀ ମଧ୍ୟରୁ 2 ଟି ଶ୍ରେଣୀ କୋଠରୀରେ ଛାତରୁ ପାଣି ଗଳୁଥିବା ବେଳେ ଏହା ବିପଦପୂର୍ଣ୍ଣ ଭାବରେ ଥିବାରୁ ଗୋଟିଏ କୋଠରୀରେ ଛାତ୍ରଛାତ୍ରୀ ବସୁଛନ୍ତି । ସେହିପରି ବିଦ୍ୟାଳୟରେ ସ୍ଥାନ ଅଭାବରୁ ବାରଣ୍ଡାରେ ବସି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ଆବଶ୍ୟକ ଶ୍ରେଣୀ କୋଠରୀ ଅଭାବରୁ ପିଲାଙ୍କ ପାଠପଢାରେ ବହୁ ସମସ୍ୟା ଦେଖା ଦେଉଛି ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରେଣୀ ଗୃହରେ ପଡିଛି ତାଲା, ବାରଣ୍ଡାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ

ତେବେ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରା ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ବିଦ୍ୟାଳୟ ରୂପାନ୍ତରିତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସାମନ୍ତରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେସବୁର କୌଣସି ଚିହ୍ନ ପରିଲକ୍ଷିତ ହେଉନାହିଁ । ଦୀର୍ଘବର୍ଷ ହେବ ଏହି ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ନିଜ ଜୀବନକୁ ପାଣି ଛଡାଇ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉଚ୍ଚ ବିଭାଗୀୟ କତ୍ତୃପକ୍ଷ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରି ପିଲାଙ୍କୁ ସୁରକ୍ଷିତ ଭାବେ ଶିକ୍ଷାଦାନ କରାଇବାକୁ ଅଭିଭାବକଙ୍କ ମହଲରେ ଦାବି ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ....Watch: ପ୍ରଶାସନ ଶୁଣିଲାନି, ଭୁଶୁଡିଲା ପଡିଲା ବିଦ୍ୟାଳୟ

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.