ETV Bharat / state

ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଦାନ କଲେ ସାଂସଦ

author img

By

Published : Apr 30, 2021, 7:55 AM IST

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଦାନ କରିଛନ୍ତି ସମ୍ବଲପୁର ସାଂସଦ । ଅଧିକ ପଢନ୍ତୁ...

ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଦାନ କଲେ ସାଂସଦ
ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଦାନ କଲେ ସାଂସଦ

ଦେବଗଡ଼: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ତାଙ୍କ ସାଂସଦ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଦାନ କରିଛନ୍ତି । ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ସାଂସଦ ମୋଟ 75 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ଜଣାପଡିଛି ।

ଗୁରୁବାର ସଂନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ସାଂସଦ ଗଙ୍ଗଦେବ ଉପସ୍ଥିତ ରହି ଆଡଭାନ୍ସ ଲାଇଫ ସୋପର୍ଟ ସିଷ୍ଟମ ଆମ୍ବୁଲାନ୍ସକୁ ଶୁଭାରମ୍ଭ କରିଥିଲେ। ସାଂସଦଙ୍କ ପାଣ୍ଠିରୁ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତି ଭୂମିର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅର୍ଥରୁ ୫୮ ଲକ୍ଷ ଟଙ୍କା ବ୍ୟୟରେ ଆଡଭାନ୍ସ ଲାଇଫ ସୋପର୍ଟ ସିଷ୍ଟମ ଆମ୍ବୁଲାନ୍ସ କିଣାଯାଇଛି ।

କୋଭିଡ ସଂକ୍ରମଣରେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଏହି ଆମ୍ବୁଲାନ୍ସକୁ ନିୟୋଜିତ କରାଯିବ ବୋଲି ସାଂସଦ କହିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.