ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ମାରିଲେ ପୌର ଉପାଧ୍ୟକ୍ଷଙ୍କ, ଥାନାରେ ଏତଲା

author img

By

Published : Jan 3, 2023, 9:46 AM IST

deogarh municipal executive officer

କାର୍ଯ୍ୟରେ ସହଯୋଗ ନକରିବାରୁ ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ମାରିଲେ ପୌର ଉପାଧ୍ୟକ୍ଷ । ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

deogarh municipal executive officer

ଦେବଗଡ଼: ପୌର ନିର୍ବାହୀ ଅଧିକାରୀଙ୍କୁ ପୌର ଉପାଧ୍ୟକ୍ଷଙ୍କ ମାଡ଼ ଅଭିଯୋଗ । ପୌର ପରିଷଦ ଉନ୍ନୟନ କାର୍ଯ୍ୟରେ ସହଯୋଗ ନକରିବା ଓ ଉପାଧ୍ୟକ୍ଷଙ୍କୁ ଅଶାଳୀନ ଦୁର୍ବ୍ୟବହାର କରିବାରୁ ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କୁ ନିସ୍ତୁକ ପିଟିଲେ ପୌର ଉପାଧ୍ୟକ୍ଷ ପ୍ରଜିତ ଭୋଜ । ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ମୋଟ ୧୧ଟି ୱାର୍ଡକୁ ନେଇ ଗଠିତ ଦେବଗଡ ପ‌ୌରପରିଷଦ ଗଠିତ । ଗତ ପୌର ନିର୍ବାଚନ ପରଠାରୁ କେତେବେଳେ ଆର୍ଥିକ ଅନିୟମିତତା ତ ଆଉ କେତେବେଳେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ ଉପନଗରପାଳ ଓ କାଉନସିଲରମାନଙ୍କ ଅନଶନ ଘଟଣା ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛି ଦେବଗଡ ପୌର ପରିଷଦରେ । ଗତକାଲି ଦେବଗଡ ପ‌ୌର ପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କୁ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ମାଡ ମାରିଥିବା ନେଇ ସେ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ‌ୌର ପରିଷଦର ନିର୍ବାହୀ ଅଧିକାରୀ ପୌର ଉପାଧ୍ୟକ୍ଷ ପ୍ରଜିତଙ୍କୁ ମାଡ ମାରିବା ସହିତ ମରଣାନ୍ତଙ୍କ ଆକ୍ରମଣ କରି ହତ୍ୟା ଧମକ ଏବଂ ଜାତିଆଣ ଆକ୍ଷେପ ସହିତ ଅପମାନିତ କରିଥିବା ନେଇ ଦେବଗଡ ଆଦର୍ଶ ଥାନାରେ ପାଲଟା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୌରାଧକ୍ଷା ନିୟମିତ ବୈଠକ ଡାକୁ ନଥିବା ଅଭିଯୋଗ କରି ଅଧ୍ୟକ୍ଷାଙ୍କ ଅନୁପସ୍ଥିତିରେ ଗତ ୨୬ ତାରିଖ ଦିନ ବିଜେପି ଉପାଧ୍ୟକ୍ଷ ପ୍ରଜିତ ଭୋଜ ଆବାହକତ୍ୱରେ ବିଜେପି କାଉନସିଲରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଷ୍ପତି ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କିତ ଫାଇଲ ଏବଂ ସଂକଳ୍ପ ପତ୍ର ନକଲ କପି ନେବାକୁ ଉପାଧ୍ୟକ୍ଷ ଭୋଜ ଗତକାଲି ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଯାଇଥିଲେ । ମାତ୍ର ନିର୍ବାହୀ ଅଧିକାରୀ ତାଙ୍କୁ ସଂକଳ୍ପ ପତ୍ର କପି ଦେବାକୁ ମନା କରିଦେବା ସହିତ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ସମୟରେ ପ୍ରଜିତ ଭୋଜ ଏବଂ କାଉନସିଲର ଧର୍ମେନ୍ଦ୍ର ଦେବତା ନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏସମ୍ପର୍କରେ ନିର୍ବାହୀ ଅଧିକାରୀ ପୋୖରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରଜିତ ଭୋଜ ମଧ୍ୟ ତାଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ପୌର ଉନ୍ନୟନ କାର୍ଯ୍ୟରେ ସହଯୋଗ ନକରିବା ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିଥିବା ଓ ମାଡ଼ ମାରିଥିବା ନେଇ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।

ଏନେଇ ପୋଲିସ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି । ଏହି ଘଟଣା ପରେ ଥାନା ସମ୍ମୁଖରେ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ହସ୍ତକ୍ଷେପ ପରେ ଉଭୟ ପକ୍ଷଙ୍କୁ ଶାନ୍ତ କରାଇ ତଦନ୍ତ ଆରମ୍ଭ କରିଛି ପୋଲିସ।


ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.