ETV Bharat / state

ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Jul 27, 2022, 8:23 AM IST

Updated : Jul 27, 2022, 2:16 PM IST

ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ଅଧିକ ପଢ଼ନ୍ତୁ

dead body found from brahmani river in deogarh
ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦେବଗଡ଼: ବାରକୋଟ ଶିବ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣକ ବାରକୋଟ ବ୍ଲକ କଲଣ୍ଡା ପଞ୍ଚାୟତର କ୍ଷୀରୋଦ ବିହାରୀ ମହାନନ୍ଦ ବୋଲି ଜଣାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ମୃତ କ୍ଷୀରୋଦ ସବୁଦିନ ଭଳି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଅପରାହ୍ନ ସମୟରେ ବ୍ରାହ୍ମଣୀ ତଟରେ ଗାଈ ଚରାଉଥିବା କେତେକ ଲୋକ ନଦୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତକଙ୍କୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ପାଲଲହଡ଼ା ମେଡିକାଲକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ଦେବଗଡ଼

Last Updated : Jul 27, 2022, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.