ETV Bharat / state

ଟଙ୍କା ପାଇଁ ଅପହରଣ ହୋଇଥିଲା ପିହୁ, ମାଷ୍ଟର ମାଇଣ୍ଡ ସହ ୪ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Dec 24, 2023, 4:52 PM IST

Pihu kidnapping case:ଦେବଗଡ଼ ପିହୁ ଅପହରଣ ଘଟଣାର ପର୍ଦ୍ଦାଫାସ । ୨ କୋଟି ପାଇବା ଉଦ୍ଦେଶ୍ୟରେ ହୋଇଥିଲା ଅପହରଣ । ମାଷ୍ଟର ମାଇଣ୍ଡ ସମେତ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ଦେବଗଡ଼ ଥାନା ପୋଲିସ । ଅଧିକ ପଢନ୍ତୁ

ପିହୁ ଅପହରଣ ଘଟଣାରର ପର୍ଦ୍ଦାଫାସ ,୪ ଗିରଫ
ପିହୁ ଅପହରଣ ଘଟଣାରର ପର୍ଦ୍ଦାଫାସ ,୪ ଗିରଫ

ପିହୁ ଅପହରଣ ଘଟଣାରର ପର୍ଦ୍ଦାଫାସ ,୪ ଗିରଫ

ଦେବଗଡ଼: ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିହୁ ଅପହରଣ ମାମଲାର ହେଲା ପର୍ଦ୍ଦାଫାସ । ପୋଲିସ ହାତରେ ଧରାପଡିଲେ ୪ ଦୁର୍ଦ୍ଦାନ୍ତ ଅପହରଣକାରୀ । ଦୁଇ କୋଟି ଟଙ୍କା କମାଇବା ଉଦ୍ଦେଶ୍ୟରେ ହୋଇଥିଲା ଏହି ସୁଚିନ୍ତିତ ଅପହରଣ । ଏହି ଘଟଣା ସମ୍ପର୍କରେ ଆଜି ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦେବଗଡ଼ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ।

ଗିରଫ ଅଭିଯୁକ୍ତମାନେ ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ସହଯୋଗୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମେଣ୍ଢିପାଲି (ସାଧୁବାହାଳ) ଗ୍ରାମର ଦୀପକ ନାଏକ, ଦେବଗଡ଼ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମର ରୋହିତ ପାତ୍ର, ଓ ଜରେଇକେଳା(କୈଳାସ) ଗ୍ରାମର ମହେଶ୍ୱର ଶଗଡିଆ ବେଲି ଜଣାପଡ଼ିଛି । ଅନ୍ୟପଟେ ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ 4ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଦେବଗଡ଼ ପୋଲିସ ଧାରା 357/363/364 A, 365/120B /34 IPCରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏ ସମ୍ପର୍କରେ ଆଜି ଦେବଗଡ଼ ଆଦର୍ଶ ଥାନାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ନିଜ ଆଇ ସହ ଘରକୁ ଫେରୁଥିବା ବେଳେ ଜନଗହଳି ପୁର୍ଣ ମୁଖ୍ୟ ବଜାରଠାରେ ଘର ନିକଟରୁ ଆଇ କୋଳରୁ ଛଅ ବର୍ଷ ର ଶିଶୁ କନ୍ୟା ପିହୁକୁ ଝାମ୍ପି ନେଇଥିଲେ ଏହି ଅପହରଣ କାରି । ଅପହରଣ ଘଟଣାର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳରୁ ଅପହୃତା ଶିଶୁ ପିହୁକୁ ଉଦ୍ଧାର କରାଯାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଘଟଣା ଭିଆଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଛି ।

ଏହା ମଧ୍ୟ...କ୍ରେଡିଟ୍‌ କାର୍ଡରୁ 8କୋଟି ଟଙ୍କାର ଅଭିନବ ଠକେଇ, ୫ ଅଭିଯୁକ୍ତ ଗିରଫ

ତେବେ ଅଭିଯୁକ୍ତମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଜନା କରିଥିଲେ । ଯୋଜନା ଅନୁଯାଇ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ଦୁଇ କୋଟି ଟଙ୍କା ଅସୁଲ କରି ପ୍ରତ୍ୟକଙ୍କ ଭାଗରେ 50 ଲକ୍ଷ ଟଙ୍କା ମିଳିବା ହିସାବ କରିଥିଲେ ଅଭିଯୁକ୍ତ । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗତ ନଭେମ୍ବର ମାସରେ ପ୍ରୟାସ କରିଥିଲେ ମଧ୍ୟ କୌଣସି କାରଣରୁ ଫେଲ ମାରିଥିଲା ଯୋଜନା । ତେବେ ଗତ 18 ତାରିଖ ଅପହରଣ କରିବାରେ ସଫଳ ହୋଇଥିଲେ ।

ଦେବଗଡ଼ ଅଞ୍ଚଳରେ ମାଷ୍ଟର ମାଇଣ୍ଡ ହିମାଂଶୁ ରହି ଅନ୍ୟ ତିନି ଅଭିଯୁକ୍ତ ହାତରେ ଶିଶୁ କନ୍ୟାକୁ ଜିଲ୍ଲା ବାହାରକୁ କାର ଯୋଗେ ପଠାଇ ଥିଲା । ମାତ୍ର ଦେବଗଡ଼ ପୋଲିସର ତତ୍ପରତା, ଗଣମାଧ୍ୟମର ପ୍ରଚାର ଦେଖି ବଡ଼ଗାଁ ଥାନାଞ୍ଚଳ ଭୋଇପାଲି ସର୍ଭିସ ରୋଡ୍‌ ପୋଲ ନିକଟରେ ବିଳମ୍ବିତ ରାତିରେ ଶିଶୁ କନ୍ୟା ପିହୁକୁ ଅଭିଯୁକ୍ତ ଦୀପକ, ରୋହିତ ଓ ମହେଶ୍ୱର ଛାଡି ଫେରାର ହୋଇ ଯାଇଥିଲେ ବୋଲି ଦେବଗଡ଼ ଏସପି ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.