ETV Bharat / state

ସ୍ୱାସ୍ଥ୍ୟସେବାରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ, ସିଟି ହସ୍ପିଟାଲରେ ଆରମ୍ଭ ହେଲା ଯୋଜନା

author img

By

Published : Apr 30, 2023, 3:39 PM IST

ଏଣିକି ମେଡିକାଲରେ ହେଲ୍ପ ଡେକ୍ସ ଓ ଖାଦ୍ୟ ସେବା ଯୋଗାଇବେ ସ୍ବୟଂ ସହାୟକ ଗୋଷ୍ଠୀ । କଟକ ସିଟି ହସ୍ପିଟାଲରେ ଆରମ୍ଭ ହେଲା ଯୋଜନା । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟସେବାରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ
ସ୍ୱାସ୍ଥ୍ୟସେବାରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ

ସ୍ୱାସ୍ଥ୍ୟସେବାରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ

କଟକ: ସ୍ବାସ୍ଥ୍ୟସେବାରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ । ଏଣିକି ମେଡିକାଲରେ ହେଲ୍ପ ଡେକ୍ସ ଓ ଖାଦ୍ୟ ସେବା ଯୋଗାଇବେ ଏସ୍‌ଏଚ୍‌ଜି ଗ୍ରୁପ୍‌ । ଯାହାଦ୍ୱାରା ରୋଗୀମାନେ ଉପକୃତ ହେବା ସହ ସରକାରୀ ମେଡିକାଲ ପ୍ରତି ଚାହିଦା ବଢ଼ିବ । ଦିନକୁ ଦିନ ବେସରକାରୀ ମେଡିକାଲର ଚାହିଦା ବୃଦ୍ଧି ପାଉଥିବା ବେଳେ ବେଳେ ସରକାରୀ ମେଡିକାଲରେ ଏସ୍‌ଏଚ୍‌ଜି ଗ୍ରୁପର ଏପରି କାର୍ଯ୍ୟକ୍ରମ ରାଜ୍ୟରେ ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି କରିବ । କଟକ ସିଟି ହସ୍ପିଟାଲରେ ଏଭଳି ପଦକ୍ଷେପ ନିଆଯାଇଛି । ସିଟି ହସ୍ପିଟାଲରେ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ରୋଗୀମାନଙ୍କର ଖାଦ୍ୟ ଦାୟିତ୍ଵ ନେଇଛନ୍ତି । ଏହାସହ ହସ୍ପିଟାଲରେ ହେଲ୍ପ ଡେସ୍କ ଦାୟିତ୍ଵ ମଧ୍ୟ ଏହି ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି ।

ସୁରୂପା ନାମକ ଏସ୍‌ଏଚ୍‌ଜି ସିଟି ହସ୍ପିଟାଲରେ ଖାଦ୍ୟ ଦାୟିତ୍ଵ ନେଇଥିବା ବେଳେ ହେଲ୍ପ ଡେସ୍କ୍‌ର ଦାୟିତ୍ଵ ଓମ୍ ସାଇ ଫେଡେରେସନ ନେଇଛି । କଟକରେ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ସରକାର ଏହି ପଦକ୍ଷେପ ନେଇଛନ୍ତି । ହସ୍ପିଟାଲ ପରିସରରେ ହିଁ ରୋଗୀଙ୍କ ଖାଦ୍ୟ ତିଆରି କରିବା ପାଇଁ ସ୍ବତନ୍ତ୍ର ରୋଷେଇ ଘର କରାଯାଇଛି । ଏସ୍‌ଏଚ୍‌ଜି ମହିଳାମାନେ ପ୍ରତ୍ୟେକ ଦିନ ସକାଳ ଜଳଖିଆ ସହ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପ୍ରସ୍ତୁତ କରି ହସ୍ପିଟାଲରେ ଆଡମିଟ୍‌ ହୋଇ ରହୁଥିବା ରୋଗୀମାନଙ୍କୁ ପରଷିବେ ।

ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହା ସହ ଏସ୍‌ଏଚ୍‌ଜି ମହିଳାମାନେ କିଭଳି ସ୍ବାସ୍ଥ୍ୟକର ପରିବେଶରେ ଭଲ ଖାଦ୍ୟ ପ୍ରସ୍ତୁତ କରିବେ, ସେଥିପାଇଁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶିକ୍ଷଣ ଦିଆଯାଇଛି । ସ୍ବାସ୍ଥ୍ୟସେବା ଦିଗରେ ଏପରି କାର୍ଯ୍ୟପନ୍ଥା ବେଶ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

କଟକ ସିଟି ହସ୍ପିଟାଲରେ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି । ସେଥିମଧ୍ୟରୁ ଯେଉଁମାନେ ଆଡ଼ମିଟ ହେଉଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ସହ ଅନ୍ୟାନ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସହାୟତାର ହାତ ବଢାଇଛି ଏସ୍‌ଏଚ୍‌ଜି ଗ୍ରୁପ । ଦିନକୁ ୩ ଓଳି ଖାଦ୍ୟ ଯୋଗାଇ ଦିଆଯାଉଛି । ନିରାମିଷ ଖାଦ୍ୟ ପାଇଁ 85 ଟଙ୍କା ଓ ଆମିଷ ପାଇଁ 95 ଟଙ୍କା ମୂଲ୍ୟ ଧାର୍ଯ୍ୟ କରଯାଇଛି । ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଏହି ଖାଦ୍ୟକୁ ବେଶ୍‌ ପସନ୍ଦ କରୁଛନ୍ତି । ତେବେ ମେଡିକାରେ ଏପରି ସେବା ଯୋଗାଇବା ପାଇଁ ଏସଏସଜି ଗ୍ରୁପ୍‌ ଆସିବା ପରେ ରୋଗୀସେବା ଆହୁରି ତ୍ୱରିତ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଆଗମୀ ଦିନରେ ରାଜ୍ୟର ସବୁ ମେଡିକାଲରେ ଏପରି ବ୍ୟବସ୍ଥା ଆରମ୍ଭ ହେଲେ ରୋଗୀମାନେ ବେଶ୍ ଉପକୃତ ହୋଇପାରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.