ETV Bharat / state

ଏସ୍‌ସିବି ICUରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

author img

By ETV Bharat Odisha Team

Published : Dec 22, 2023, 8:06 PM IST

Gangster Sushant Dhal Samanta: ବୁର୍ଲା ଭୀମସାରରୁ ସ୍ଥାନାନ୍ତର ହେବାପରେ କଟକ ଏସ୍‌ସିବି ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛି କୁଖ୍ୟାତ ଅପରାଧୀ ସୁଶାନ୍ତ ଧଳସାମନ୍ତ । ସୁଶାନ୍ତକୁ ଏସ୍‌ସିବିର ହୃଦରୋଗ ବିଭାଗ (କାର୍ଡିଓଲୋଜି)ର ଆଇସିୟୁରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ଏସ୍‌ସିବି ICUରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ
ଏସ୍‌ସିବି ICUରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ

ଏସ୍‌ସିବି ICUରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ

କଟକ: ଆଇସିୟୁରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ ସୁଶାନ୍ତ ଧଳସାମନ୍ତ । ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତକୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ହୃଦଘାତ ଜନିତ ସମସ୍ୟା ଥିବାରୁ ସୁଶାନ୍ତକୁ ଗତକାଲି ବୁର୍ଲାରୁ SCBକୁ ସ୍ଥାନାନ୍ତରିତ କରାଯାଇଛି । ସୁଶାନ୍ତକୁ ଏସ୍‌ସିବିର ହୃଦରୋଗ ବିଭାଗ (କାର୍ଡିଓଲୋଜି)ର ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ସୁଶାନ୍ତର ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି ଏବଂ ହୃଦରୋଗ ବିଭାଗର ସ୍ବତନ୍ତ୍ର ଡାକ୍ତରୀ ଟିମ ତାର ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି ଏସ୍‌ସିବି ମେଡିକାଲର କୂଳ ସଚିବ ଅଭିନାଶ ରାଉତ ।

ସେପଟେ ସୁଶାନ୍ତ ଧଳସାମନ୍ତ ଜଣେ କୁଖାତ ଅପରାଧୀ ହୋଇଥିବାରୁ, ଏପରିକି ପୂର୍ବରୁ କଟକରେ ତାର ଅପରାଧର ନେଟ୍‌ୱାର୍କ୍‌ ଚାଲିଥିବାରୁ ତାର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ସୁଶାନ୍ତ ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ରହିବେ ପୋଲିସ ଟିମ୍‌ । ସୁଶାନ୍ତ ପାଇଁ ବାହାର ଖାଦ୍ୟକୁ ଅନୁମତି ଦିଆଯିବ ନାହିଁ ଏବଂ କୋର୍ଟଙ୍କ ବିନା ଅନୁମତିରେ କୌଣସି ଲୋକଙ୍କୁ ଭେଟ କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିପି ଅମିତାଭ ମହାପାତ୍ର । ଏସିପି ଏବଂ ଆଇଆଇସି ସୁଶାନ୍ତର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି ଜୋନ୍‌-୨ ଏସିପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର

ତେବେ ଦୀର୍ଘଦିନ ଧରି ବଲାଙ୍ଗୀର ଜେଲରେ ରହିବା ପରେ ହୃଦଘାତ ଓ ଉଚ୍ଚ ରକ୍ତଚାପ ସମେତ ମଧୁମେହ ରୋଗ କାରଣରୁ ଗତ ୧୭ ତାରିଖରେ ବୁର୍ଲା ଭୀମସାର ମେଡିକାଲରେ ସୁଶାନ୍ତକୁ ଭର୍ତ୍ତି କରାଯାଇଥଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଗତକାଲି (ଡିସେମ୍ବର ୨୧) ତାକୁ ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଅଣାଯାଇଥିଲା । ଗତକାଲି ରାତିରେ ତାଙ୍କୁ ଏସ୍‌ସିବିର ହୃଦରୋଗ ବିଭାଗରେ ଆଡ୍‌ମିଟ୍‌ କରଯାଇଛି । ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ୍‌ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି l ସିଭିଅର୍‌ ହୃଦ୍‌ଘାତରେ ହୃତ୍‌ପିଣ୍ଡର ଯେଉଁ ଅଂଶ ପ୍ରଭାବିତ ହୋଇଛି, ସେଠାରେ ଥିବା ମାଂସପେଶୀ ଠିକ୍‌ ଅଛି ନା ନଷ୍ଟ ହୋଇଛି, ତାହା ପରୀକ୍ଷା କରିବା ପାଇଁ ଭୀମସାରରେ ବ୍ୟବସ୍ଥା ନାହିଁ । ଏହି କାରଣରୁ ସୁଶାନ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ସ୍ବତନ୍ତ୍ର ଡାକ୍ତରୀ ଦଳ ସୁଶାନ୍ତଙ୍କ ଚିକିତ୍ସା କରିବା ପାଇଁ ଯୋଜନା କରିଛନ୍ତି ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ...ନିଦ ହଜାଇ ଦେଇଥିଲା, କୁଖ୍ୟାତ ଚୋରକୁ ଧରିଲା ପୁରୀ ପୋଲିସ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.