ETV Bharat / state

କଟକରେ ପଠାନ କ୍ରେଜ, ବିବାଦ ଭିତରେ ସାଉଁଟିଲା ପ୍ରଶଂସା

author img

By

Published : Jan 25, 2023, 9:53 PM IST

fans reaction after watching pathaan
କଟକରେ ଫଠାନ କ୍ରେଜ, ବିବାଦ ଭିତରେ ସାଉଁଟିଲା ଫିଲ୍ମ

ହିନ୍ଦୀ ଚଳଚ୍ଚିତ୍ର ପଠାନ ରିଲିଜ ହୋଇ ସାରିଛି । ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

କଟକରେ ଫଠାନ କ୍ରେଜ, ବିବାଦ ଭିତରେ ସାଉଁଟିଲା ଫିଲ୍ମ

କଟକ: ବୟକଟ ବିବାଦ ଭିତରେ ଫିଲ୍ମ ପଠାନ ପ୍ରେକ୍ଷାଳୟକୁ ଆସିଛି । ଫାଷ୍ଟ ଶୋର ହଲରେ ଦର୍ଶକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଚି । କିଙ୍ଗ ଖାନ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନ ଆଜି ରିଲିଜ । ରିଲିଜ ପୂର୍ବରୁ ବିବାଦରେ ଥିବା ଫିଲ୍ମ ଦର୍ଶକଙ୍କ ପ୍ରଶଂସା ସାଉଁଚଛି । କଟକରେ ପଠାନର କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମକୁ ପ୍ରଶଂସା କରିଛନ୍ତି ।

ହିନ୍ଦୀ ଫିଲିମ୍ ପଠାନର ପ୍ରଥମ ଶୋ ରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମର ଥିମ୍, ଆକ୍ସନ ଓ ଆକ୍ଟିଂ ବେଶ ଭଲ ଅଛି ବୋଲି ଦର୍ଶକ କହିଛନ୍ତି । ଏପରିକି ଶାହାରୁଖ୍ ଫ୍ୟାନମାନେ କେକ୍ କାଟି ପଠାନର ରିଲିଜକୁ ନେଇ ସେଲିବ୍ରେସନ କରିଛନ୍ତି । ଫାଷ୍ଟ ଡେ ଫାଷ୍ଟ ଶୋରେ ଫିଲ୍ମ ହଲ ହାଉସ ଫୁଲ ରହିଛି । ଶାହାରୁଖ ଓ ଦୀପିକାଙ୍କ ଯୋଡିକୁ ନେଇ ବେଶ ଦର୍ଶକ ବେଶ ଉତ୍ସାହିତ ହୋଇଛନ୍ତି । କଟକ ଆଇନକ୍ସ ହଲରେ ପଠାନ ଫିଲ୍ମ ଆରମ୍ଭରୁ ହିଁ ଦର୍ଶକମାନଙ୍କ ମଧ୍ୟରେ କ୍ରେଜ ଦେଖୁବକୁ ମିଳିଛି। ବିଶେଷକରି ପଠନର ଟାଇଟଲ ଗୀତକୁ ନେଇ ଝୁମିଥିଲେ ଫ୍ୟାନ୍ସ । ଜନ ଆବ୍ରାହମଙ୍କ ନିଆରା ଅଭିନୟକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ । ତେବେ ଏହି ଫିଲ୍ମକୁ ନେଇ ପୂର୍ବରୁ ରହିଥିବା ବିବାଦ ଉପରେ ଏକପ୍ରକାର ପୂର୍ଣଛେଦ ପଡିଛି। କଟକରେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହ ପ୍ରକାଶ ପାଇଛି ।

ପଠାନ ଫିଲ୍ମରେ ଏକ ସଙ୍ଗୀତ ବେଶରମ୍ ରଙ୍ଗକୁ ନେଇ ବିବାଦ ଉପୁଜିଥିଲା । ବିବାଦ ମଧ୍ୟରେ ବି ଫିଲ୍ମକୁ ପ୍ରଶଂସା କରିଛନ୍ତି ଦର୍ଶକ । ଦୀର୍ଘ ୪ ବର୍ଷ ପରେ ବଲିଉଡର କିଙ୍ଗ ଖାନ ଶାହରୁଖ ପଠାନ ଫିଲ୍ମ ଜରିଆରେ ପରଦାରେ କମ୍‌ବ୍ୟାକ କରିଛନ୍ତି । ୟସ୍‌ରାଜ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହିତ ଜନ ଆବ୍ରାହିମ୍ ଅଭିନୟ କରିଛନ୍ତି । ତେବେ ପଠାନର ଟିଜର ଓ ବେଶରମ୍ ରଙ୍ଗ ଗୀତ ରିଲିଜ ପରେ ଦେଶବ୍ୟାପୀ ବିବାଦ ମୁଣ୍ଡ ଟେକିଥିଲା । ବିଭିନ୍ନ ସ୍ଥାନରେ ଫିଲ୍ମ ବ୍ୟାନ କରିବାକୁ ଦାବି ହୋଇଥିଲା । ହେଲେ ବିବାଦ ସତ୍ତ୍ବେ ମଧ୍ୟ ପଠାନର ଅଗ୍ରୀମ ବୁକିଂ ସମସ୍ତଙ୍କୁ ଚମକାଇ ଦେଇଥିଲା । ଅନଲାଇନ ଟିକେଟ୍ ପ୍ଲାଟଫର୍ମରେ ଟିକେଟ ବିକ୍ରି ବୃଦ୍ଧି ପାଇବାରେ ଲାଗିଥିଲା । 20 କୋଟି ଫିଲ୍ମର ଅଗ୍ରୀମ ଟିକେଟ ବୁକିଂ ଟପିଥିଲା ।

ଏହା ବି ପଢନ୍ତୁ...Pathaan Film: ପଠାନ ଫିଲ୍ମର ଅଗ୍ରୀମ ଟିକେଟ୍‌ ବୁକିଂ ୨୦ କୋଟି ଟପିଲା

କଟକରେ ଫିଲ୍ମକୁ ପ୍ୟାନ୍ସ ପ୍ରଶଂସା କରିଥିବାବେଳେ ଭୁବନେଶ୍ବରରେ ଏହାକୁ ବିରୋଧ କରାଯାଇଛି । ଫିଲ୍ମକୁ ବିରୋଧ କରି ଭୁବନେଶ୍ବରର କିଛି ହଲ ଆଗରେ ହଙ୍ଗାମା ହୋଇଥିବାର ଦେଖିବାକୁ ମିଳିଛି । କଳିଙ୍ଗ ସେନା ପୋଷ୍ଟର ପୋଡିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ସେନସର ବୋର୍ଡ କିପରି ପଠାନ ପିଲ୍ମକୁ କ୍ଳିୟରାନ୍ସ ଦେଲା ଜାଣିପାରୁନୁ । ପଠାନ ପିଲ୍ମକୁ ବିରୋଧ କରି ଫିଲ୍ମ ହଲ୍ ବାହାରେ କଳିଙ୍ଗ ସେନା ହଙ୍ଗାମା କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.