Pathaan Film: ପଠାନ ଫିଲ୍ମର ଅଗ୍ରୀମ ଟିକେଟ୍‌ ବୁକିଂ ୨୦ କୋଟି ଟପିଲା

author img

By

Published : Jan 24, 2023, 8:10 AM IST

ପଠାନ ଫିଲ୍ମର ଅଗ୍ରୀମ ବୁକିଂ ୨୦ କୋଟି ଟପିଲା

କିଙ୍ଗ ଖାନଙ୍କ ଅଭିନୀତ ପଠାନ ଫିଲ୍ମ ଦେଖିବାକୁ ପ୍ରଶଂସକ ଓ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ୨୦ କୋଟି ଟପିଲା ଫିଲ୍ମର ଅଗ୍ରୀମ ବୁକିଂ । ଅଧିକ ପଢନ୍ତୁ

ମୁମ୍ବାଇ: ଆସନ୍ତାକାଲି ରିଲିଜ ହେବ ଶାହରୁଖ ଖାନଙ୍କ ଅଭିନୀତ ପଠାନ ଫିଲ୍ମ । ଏହି ଫିଲ୍ମକୁ ନେଇ ବିବାଦ ଥମୁନଥିବା ବେଳେ କିଙ୍ଗ ଖାନଙ୍କ କମ୍‌ବ୍ୟାକ ଦେଖିବାକୁ ପ୍ରଶଂସକ ଓ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ପଠାନ ଫିଲ୍ମର ଅଗ୍ରୀମ ଟିକେଟ୍ ବୁକିଂ ସବୁ ରେକର୍ଡ ଭାଙ୍ଗିଛି । ଗତକାଲି ସୁଦ୍ଧା ଏହି ଫିଲ୍ମର ଅଗ୍ରୀମ ବୁକିଂ ୨୦ କୋଟି ଟଙ୍କା ପାର୍ କରିଛି । ତେବେ ପଠାନ କେବଳ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ଏକ ବ୍ଲକବଷ୍ଟର ଯାଉଛି । କାରଣ ଏହାର ଅଗ୍ରୀମ ବୁକିଂ କ୍ଷେତ୍ରରେ ଦକ୍ଷିଣ ଭାରତର ଏକ ବଡ ଯୋଗଦାନ ରହିଛି ।

ଦୀର୍ଘ ୪ ବର୍ଷ ପରେ ବଲିଉଡର କିଙ୍ଗ ଖାନ ଶାହରୁଖ ପଠାନ ଫିଲ୍ମ ଜରିଆରେ ବଡ ପରଦାରେ କମ୍‌ବ୍ୟାକ କରିଛନ୍ତି । ୟସ୍‌ରାଜ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହିତ ଜନ ଆବ୍ରାହିମ୍ ଅଭିନୟ କରିଛନ୍ତି । ତେବେ ପଠାନର ଟିଜର ଓ ବେଶରମ୍ ରଙ୍ଗ ଗୀତ ରିଲିଜ ପରେ ଦେଶବ୍ୟାପୀ ବିବାଦ ମୁଣ୍ଡ ଟେକିଥିଲା । ବିଭିନ୍ନ ସ୍ଥାନରେ ଫିଲ୍ମ ବ୍ୟାନ କରିବାକୁ ଦାବି ହୋଇଥିଲା । ହେଲେ ବିବାଦ ସତ୍ତ୍ବେ ମଧ୍ୟ ପଠାନର ଅଗ୍ରୀମ ବୁକିଂ ସମସ୍ତଙ୍କୁ ଚମକାଇ ଦେଇଛି । ଅନଲାଇନ ଟିକେଟ୍ ପ୍ଲାଟଫର୍ମରେ ଟିକେଟ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି ।

ଏ ପର୍ଯ୍ୟନ୍ତ ରଣବୀର କପୁର ଅଭିନୀତ ବ୍ରହ୍ମାସ୍ତ୍ର ଫିଲ୍ମର ଅଗ୍ରୀମ ବୁକିଂ ସବୁଠୁ ଅଧିକ ରହିଥିଲା । ରିଲିଜ ପୂର୍ବରୁ ବ୍ରହ୍ମାସ୍ତ୍ର ବୁକିଂ ୧୯ କୋଟି ୬୬ ଲକ୍ଷ ରହିଥିଲା । ହେଲେ ଶାହରୁଖ ଖାନଙ୍କ ପଠାନ ଜାନୁଆରୀ ୨୩ ସୁଦ୍ଧା ୨୦ କୋଟି ଟଙ୍କା ଅତିକ୍ରମ କରିସାରିଛି ।

ପ୍ରକାଶଥାଉ କି, ରିଲିଜ୍ ପୂର୍ବରୁ ଶାହରୁଖ ଖାନଙ୍କ ପଠାନ ଫିଲ୍ମ ବିବାଦ ଭିତରେ ଛନ୍ଦି ହୋଇଛି । ଏବେ ବି ଅନେକ ସ୍ଥାନରେ ସିନେମାକୁ ବ୍ୟାନ୍ କରିବାକୁ ବିକ୍ଷୋଭ, ରାଲି ଓ କୁଶପୁତ୍ତଳିକା ଦାହ ହେଉଛି । ଫିଲ୍ମର ପ୍ରଥମ ଗୀତ ‘ବେଶରମ ରଙ୍ଗ’କୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଦୀପିକା ପାଦୁକୋନ ଏହି ଗୀତରେ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ଦେଶରେ ହଙ୍ଗାମା ହୋଇଥିଲା । ଗେରୁଆ ବସ୍ତ୍ର ସାଧୁସନ୍ଥମାନେ ପରିଧାନ କରୁଥିବାରୁ ଏହି ହିନ୍ଦୁ ଭାବନା ପ୍ରତି ଆଘାତ ବୋଲି ଅଭିଯୋଗ ଆସିଥିଲା । ସାଧୁ ସନ୍ଥମାନେ ମଧ୍ୟ ଏହି ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଥିଲେ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ସମେତ ଅନେକ ବିଜେପି ନେତା ଏହି ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ପୋଷାକ ଉପରେ ଆପତ୍ତି ଉଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.