ETV Bharat / state

ସାମାନ୍ୟ ଆଶ୍ୱସ୍ତି: ଲିଟର ପିଛା ୨ରୁ ୩ ଟଙ୍କା କମିଲା ପାମୋଲିନ ତେଲ

author img

By

Published : May 5, 2022, 7:32 PM IST

କମିଲା ଖାଇବା ତେଲ ଦର । ପାମୋଲିନ ତେଲ ଲିଟର ପିଛା ୨ରୁ ୩ ଟଙ୍କା କମିଛି । ବୁଧବାର ଲିଟର ପିଛା ୧୫୯ ଟଙ୍କାରେ ବିକ୍ରି ହେଉଥିଲା ବେଳେ ତାହା ଆଜି ୧୫୭ ଟଙ୍କାରେ ବିକ୍ରି ହେଉଛି । ଅଧିକ ପଢନ୍ତୁ

ଲିଟର ପିଛା ୨ରୁ ୩ ଟଙ୍କା କମିଲା ପାମୋଲିନ ତେଲ
ଲିଟର ପିଛା ୨ରୁ ୩ ଟଙ୍କା କମିଲା ପାମୋଲିନ ତେଲ

କଟକ: ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । କମିଲା ଖାଇବା ତେଲ ଦର । ପାମୋଲିନ ତେଲ ଲିଟର ପିଛା ୨ରୁ ୩ ଟଙ୍କା କମିଛି । ତେବେ ଗତକାଲି (ବୁଧବାର) ଲିଟର ପିଛା ୧୫୯ ଟଙ୍କାରେ ବିକ୍ରି ହେଉଥିଲା ବେଳେ ତାହା ଆଜି ୧୫୭ ଟଙ୍କାରେ ବିକ୍ରି ହେଉଛି । ତେବେ ଇଣ୍ଡୋନେସିଆରୁ ପାମୋଲିନ ତେଲ ଆମଦାନୀ ହେବାର ସମ୍ଭବନା ଥିବାରୁ ତୈଳ ଦରରେ ସାମାନ୍ୟ ହ୍ରାସ ଘଟିଛି ବୋଲି ମାଲଗୋଦାମ ଚାମ୍ବର ଅଫ କମର୍ସର ସମ୍ପାଦକ ପ୍ରଫୁଲ କୁମାର ଛାଟଇ କହିଛନ୍ତି ।

ଲିଟର ପିଛା ୨ରୁ ୩ ଟଙ୍କା କମିଲା ପାମୋଲିନ ତେଲ

ତେବ ଅନ୍ୟ ତେଲ ମଧ୍ୟରେ ସୂର୍ଯ୍ୟମୁଖୀ ତେଲ ଦର ପୂର୍ବ ଭଳି ୧୯୦ରୁ ୧୯୪ ଟଙ୍କା ଲିଟର ପିଛା ବିକ୍ରି ହେଉଥିଲା ବେଳେ ସୋରିଶ ତେଲର ଦର ୧୬୫ରୁ ୧୭୫ ପର୍ଯ୍ୟନ୍ତ ବିକ୍ରି ହେଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.