ETV Bharat / state

ORHDC Scam: ମେଟ୍ରୋ ବିଲଡର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ଜାମିନ

author img

By

Published : Oct 26, 2022, 12:52 PM IST

Updated : Oct 26, 2022, 2:23 PM IST

ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

high court hearing on director metro builder ORHDC Scam case
ORHDC Scam: ମେଟ୍ରୋ ବିଲଡର ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

କଟକ: ଓଏଚଆରସି ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡରର ନିର୍ଦ୍ଦେଶକଙ୍କୁ ଆଶ୍ବସ୍ତି । ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି ଏବଂ ମାମଲାର ଶୁଣାଣି କରି ପୀୟୁଷ ମହାନ୍ତିଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ମହମ୍ମଦ ମୋକିମଙ୍କୁ ଏହି ମାମଲାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଥାଉକି, ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ଏହାକୁ ଚାଲେଞ୍ଜ କରି ମୋକିମ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ମୋକିମ କରିଥିବା ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।

ଗତ ୧୦ ତାରିଖରେ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ । ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମଗାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନେଇ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ ।

ଏହା ମଧ୍ୟ ପଢ଼ନ୍ତୁ: ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ଆସିବ ରାୟ

ପ୍ରକାଶଥାଉ କି, ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସି ଦୁର୍ନୀତି ମାମଲାର ବିଚାର କରି ଏହାର ତତ୍କାଳୀନ ଅଧ୍ୟକ୍ଷ IAS ଅଧିକାରୀ ବିନୋଦ କୁମାର (IAS Vinod Kumar) ଓ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ । ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଫାଇନ ଦେବାକୁ ରାୟ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

Last Updated : Oct 26, 2022, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.