ETV Bharat / city

ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ଆସିବ ରାୟ

author img

By

Published : Oct 19, 2022, 9:10 AM IST

ଓଆରଏଚଡିସି ଋଣ ଦୁର୍ନୀତି ମାମଲା । ବିଧାୟକ ମୋକିମଙ୍କୁ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ରାୟ ପ୍ରକାଶ ପାଇବ । ଅଧିକ ପଢନ୍ତୁ

ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ଆସିବ ରାୟ
ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ଆସିବ ରାୟ

କଟକ: ଓଆରଏଚଡିସି ଋଣ ଦୁର୍ନୀତି ମାମଲା(ORHDC Scam)ରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ପ୍ରକାଶ ପାଇବ ରାୟ । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦଣ୍ଡାଦେଶ ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ମୋକିମ କରିଥିବା ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଗତ ୧୦ ତାରିଖରେ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ । ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମଗାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନେଇ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ(Court reserves Verdict) ।

ଏହାମଧ୍ୟ ପଢନ୍ତୁ: ORHDC Scam: ହାଇକୋର୍ଟରେ ମୋକିମଙ୍କ ମାମଲା, ରାୟ ସଂରକ୍ଷିତ

ସୂଚନାଯୋଗ୍ୟ, ଓଆରଏଚଡିସି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଏହି ରାୟକୁ ଚାଲେଞ୍ଜ କରି ବାରବାଟୀ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶଥାଉ କି, ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସି ଦୁର୍ନୀତି ମାମଲାର ବିଚାର କରି ଏହାର ତତ୍କାଳୀନ ଅଧ୍ୟକ୍ଷ IAS ଅଧିକାରୀ ବିନୋଦ କୁମାର (IAS Vinod Kumar) ଓ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ । ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଫାଇନ ଦେବାକୁ ରାୟ ଦେଇଛନ୍ତି କୋର୍ଟ

ଏହାମଧ୍ୟ ପଢନ୍ତୁ: ORHDC Scam: ବିଧାୟକ ମହମ୍ମଦ ମୋକିମଙ୍କୁ 3ବର୍ଷ ଜେଲ ଦଣ୍ଡ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.