ETV Bharat / state

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ

author img

By

Published : Oct 22, 2020, 1:49 PM IST

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚଳିତବର୍ଷ ୨୧ ହଜାର ୪୮୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୧୨ ହଜାର ୫୩୮ ଜଣ ପରୀକ୍ଷା ଦେଇଥିଲେ । ଅଧିକ ପଢନ୍ତୁ...

odisha matric supplementary result published
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ

କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚଳିତବର୍ଷ ୨୧ ହଜାର ୪୮୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେଥିମଧ୍ୟରୁ ୧୫ ହଜାର ୨୪୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । A-1 ରେ କୌଣସି ଛାତ୍ର ରହିନଥିଲା ବେଳେ A -2 ରେ ୧୦ ଜଣ, B-1 ରେ ୧୯୫, B-2 ରେ ୯୩୦ ଜଣ, C ରେ ୧୯୦୨, D ରେ ୩୧୪୦ ଜଣ, E ଗ୍ରେଡରେ ୯୦୬୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ଏବଂ ୬୨୧୮ ଜଣ ଫେଲ ହୋଇଛନ୍ତି ।

ସେହିପରି ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୧୨ ହଜାର ୫୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୯୪୮୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । A1 ରେ ଜଣେ, A2 ରେ ୨୮୨ ,B1 ରେ ୧୫୬୯, C ରେ ୨୨୬୧, D ରେ ୨୦୧୧, E ରେ ୯୪୨ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ଏବଂ ୨୮୦୬ ଜଣ ଫେଲ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.