ବୟସ୍କ ପିତାମାତାଙ୍କୁ ହଇରାଣ କରିପାରିବେ ନାହିଁ ପୁଅବୋହୂ: ହାଇକୋର୍ଟ

author img

By

Published : Nov 25, 2022, 7:31 AM IST

ବୟସ୍କ ପିତାମାତାଙ୍କୁ ହଇରାଣ କରିପାରିବେ ନାହିଁ ପୁଅବୋହୂ: ହାଇକୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ବୟସ୍କ ପିତାମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅବୋହୂ ବା ଝିଅ । ଅଧିକ ପଢନ୍ତୁ

କଟକ: ବୟସ୍କ ପିତାମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ-ବୋହୂ ବା ଝିଅ । ବରିଷ୍ଠ ନାଗରିକମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି । ଭୁବନେଶ୍ୱରର ଗୋଲାପ ମିଶ୍ର ନାମ୍ନୀ ୭୫ ବର୍ଷୀୟା ବୃଦ୍ଧ ନିଜ ପୁଅ ବୋହୂ ହଇରାଣ ହରକତ କରୁଥିବା ନେଇ ଏକ ମାମଲା ଦାୟର କରିଥିଲେ । ଗୋଲାପ ନିଜେ ଘର କରିଥିବା ବେଳେ ପୁଅ ବୋହୂ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଗୋଲାପଙ୍କ ଶ୍ରମ ଓ ଅର୍ଥରେ ତିଆରି ହୋଇଥିବା ଘରୁ ପୁଅ ବୋହୁଙ୍କୁ ବାହାର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: କଟକ ସହରରେ କଲବଲ କରୁଛନ୍ତି ମଶା, ସିଏମସି କାର୍ଯ୍ୟାଳୟ ଆଗରେ ମଶାରୀ ବାନ୍ଧି ପ୍ରତିବାଦ କଲା ବିଜେପି

ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୟସ୍କା ମହିଳାଙ୍କର ଯେଭଳି କୌଣସି ଅସୁବିଧା ନ ହେବ ଏବଂ ତାଙ୍କୁ କୌଣସି ପ୍ରକାର ନିର୍ଯାତନା ଯେଭଳି ଦିଆ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇଆସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବୟସ୍କା ବୃଦ୍ଧା ଓ ତାଙ୍କ ପୁଅ ବୋହୂ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଏହି ସମସ୍ୟାର ଆପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.