ETV Bharat / state

ସାଂସଦ ଅନୁଭବଙ୍କ ଗୀତା ଜ୍ଞାନ, ଅଭିନେତ୍ରୀ ବର୍ଷାଙ୍କୁ ଉପହାର ଦେଲେ ଭଗବତ ଗୀତା

author img

By

Published : Jul 4, 2022, 7:41 PM IST

Updated : Jul 4, 2022, 7:55 PM IST

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା କଟକ ପରିବାର ଅଦାଲତରେ ବିଚାରାଧୀନ ରହିଛି । ତେବେ ଏହି ମାମଲାରେ ଆଜି ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଅନୁଭବଙ୍କୁ ବର୍ଷାଙ୍କ ଓକିଲା ଜେରା କରିବା ପରେ ଅନୁଭବ ତାଙ୍କୁ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ଭାଗବତ ଗୀତା ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

ଅଭିନେତ୍ରୀ ବର୍ଷାଙ୍କୁ ଭଗବତ ଗୀତା ଦେଲେ ସାଂସଦ ଅନୁଭବ ମହାନ୍ତି
ଅଭିନେତ୍ରୀ ବର୍ଷାଙ୍କୁ ଭଗବତ ଗୀତା ଦେଲେ ସାଂସଦ ଅନୁଭବ ମହାନ୍ତି

କଟକ: ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା କଟକ ପରିବାର ଅଦାଲତରେ ବିଚାରାଧୀନ ରହିଛି । ତେବେ ଏହି ମାମଲାରେ ଆଜି ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ବର୍ଷାଙ୍କ ଓକିଲା ଅନୁଭବଙ୍କୁ ଜେରା କରିଛନ୍ତି । ଜେରା ସରିବା ପରେ ଅଭନେତା ସାଂସଦ ଅନୁଭବ ମହନ୍ତି ବର୍ଷାଙ୍କ ଓକିଲଙ୍କୁ ଏକ ଭାଗବତ ଗୀତା ଦେଇଛନ୍ତି । ଅନୁଭବ ବର୍ଷାଙ୍କ ଓକିଲଙ୍କୁ କହିଛନ୍ତି ଏହି ଭାଗବତ ଗୀତାକୁ ସେ ବର୍ଷାଙ୍କୁ ଉପହାର ଭାବେ ଦେଇଛନ୍ତି । ଗୀତା ପଢି ଅନୁଭବଙ୍କ ଜ୍ଞାନଦୋୟ ହୋଇଥିବାରୁ ସେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ଏଣୁ ବର୍ଷା ମଧ୍ୟ ଗୀତା ପଢି ଜ୍ଞାନ ଆହରଣ କରିବା ସହ ଶାନ୍ତିରେ ରୁହନ୍ତୁ । ଏବଂ ତାଙ୍କୁ ଓ ତାଙ୍କ ପରିବାରକୁ ଶାନ୍ତିରେ ରହିବାକୁ ଦିଅନ୍ତୁ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ସାଂସଦ ଅନୁଭବଙ୍କ ଗୀତା ଜ୍ଞାନ, ଅଭିନେତ୍ରୀ ପତ୍ନୀ ବର୍ଷାଙ୍କୁ ଉପହାର ଦେଲେ ଭଗବତ ଗୀତା

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଆଜି କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି । ଛାଡପତ୍ର ଆବେଦନ ଉପରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି(ସୋମବାର) ଅନୁଭବ ମହାନ୍ତି ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହୋଇଥିଲେ । ଏହି ଅବସରରେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଅନୁଭବଙ୍କୁ ଜେରା କରିଛନ୍ତି । ଜେରା ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବାର ଥିଲା । ତେବେ ପ୍ରତିପକ୍ଷ ଉପସ୍ଥିତ ରହିପାରିବେ ନାହିଁ ବୋଲି କୋର୍ଟଙ୍କୁ ଜଣାଇଥିଲେ । ପରିବାର ଅଦାଲତରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଆସନ୍ତା ୧୧ ତାରିଖରେ ପୁଣି ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କୁ ଜେରା କରିବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ।

ସୋସିଆଲ ମିଡିଆରେ ବର୍ଷାଙ୍କ ସଂପର୍କରେ ବାୟାନବାଜି କରି ବିବାଦୀୟ ହୋଇ ପଡିଛନ୍ତି ଅନୁଭବ । ଏହାକୁ କେନ୍ଦ୍ର କରି ଅଦାଲତର ଆଶ୍ରୟ ନେଇଛନ୍ତି ବର୍ଷା । ଅନୁଭବ ଭାଗବତ ଗୀତା ଉପହାର ପଠାଇବା ବାହାନାରେ ସବୁଥର ଭଳି ପୁଣିଥରେ ବର୍ଷାଙ୍କୁ ତାଙ୍କୁ ଶାନ୍ତିରେ ରହିବାକୁ ନିବେଦନ କରିଛନ୍ତି । ଏନେଇ ବର୍ଷାଙ୍କର କିମ୍ବା ବର୍ଷାଙ୍କ ଓକିଲଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କଟକ

Last Updated :Jul 4, 2022, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.