ETV Bharat / state

୯ ବର୍ଷ ପରେ ପୀଡ଼ିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ଜେଲ

author img

By

Published : Apr 11, 2023, 7:26 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି କଟକ ପୋକ୍ସ ଅଦାଲତ । ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

cuttack minor girl rape case
ନାବାଳିକା ଦୁଷ୍କର୍ମ ମାମଲା

ନାବାଳିକା ଦୁଷ୍କର୍ମ ମାମଲା

କଟକ: ନାବାଳିକା ଦୁଷ୍କର୍ମ ମାମଲା । ଘଟଣାର ୯ ବର୍ଷ ପରେ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ କୋର୍ଟ । ୨୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଦେଇ ନ ପାରିଲେ ଅର୍ଥାତ ଅନାଦେୟ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ କୋର୍ଟ ରାୟରେ ଶୁଣାଣି କରିଛନ୍ତି । ଦୋଷୀ ଜଣକ ହେଉଛି ଶ୍ୟାମସୁନ୍ଦର ବେହେରା ।

ସୂଚନା ଅନୁଯାୟୀ, ୨୦୧୪ ମସିହା ଅକ୍ଟୋବର ୨୬ ତାରିଖରେ ଘଟିଥିଲା ଏହି ଅଘଟଣ । ନାବାଳିକା ଜଣକ ୧୫ ବର୍ଷର ହୋଇଥିଲେ । ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଅନେକ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମର୍କ ରଖିଥିଲା । ଏହାରି ଭିତରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ସେ ଘରେ ଥିବା ବେଳେ ଦିନେ ପେଟ କାଟିବା ନେଇ ନିଜ ମାଆଙ୍କୁ ଜଣାଇଥିଲେ । ଏହାର ପରଦିନ ନାବାଳିକାଙ୍କ ମାଆ ଡାକ୍ତରଖାନା ନେଇ ବିଭିନ୍ନ ପରୀକ୍ଷା କରାଇଥିଲେ । ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତରଙ୍କଠାରୁ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ପୀଡିତାଙ୍କ ମାଆ ଝିଅକୁ ପଚରାଉଚରା କରିବା ପରେ ସେ ସବୁ ସତ କଥା କହିଥିଲେ । ଏହାପରେ ଗର୍ଭପାତ କରିବା ପାଇଁ ଦୋଷୀ ମଧ୍ୟ ପୀଡିତାଙ୍କୁ ଧମକ ଦେଇଥିବା ଜଣାପଡିଥିଲା । ପୀଡ଼ିତା ମାଆ ସମସ୍ତ କଥା ଜାଣିବା ପରେ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଅଭିଯୋଗ ଆଧାରରେ ପୋଲିସ ଶ୍ୟାମସୁନ୍ଦର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କଟକ ସ୍ବତନ୍ତ୍ର ପୋକ୍ସ କୋର୍ଟ ୧୧ ଜଣ ସାକ୍ଷୀ ଓ ୧୨ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ପୋକ୍ସ ଆଇନ ଅନୁଯାୟୀ ଏହି କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଦଫା ୫୦୬ରେ ଆହୁରି ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡ଼ିତାଙ୍କ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ପବ୍ଲିକ ପ୍ରୋସିକ୍ୟୁଟର ସୂଚନା ଦେଇ କହିଛନ୍ତି, "ଦୋଷୀ ଜଣକ ବୟସ୍କ ବ୍ୟକ୍ତି । ତାର ବୟସ ପ୍ରାୟ ୫୯ ବର୍ଷରୁ ଅଧିକ ହେବ । ଗିରଫଠାରୁ ଆଜି ପର୍ଯ୍ୟନ୍ତ ସେ ଜେଲରେ ରହିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.