ETV Bharat / state

୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା: ଶିଶୁ ଉଦ୍ଧାର, ମିଳୁନି ବାପାଙ୍କ ପତ୍ତା

author img

By

Published : Aug 13, 2023, 4:31 PM IST

Updated : Aug 13, 2023, 4:47 PM IST

ପାରିବାରିକ କଳହର କରୁଣ ପରିଣତି । ୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା । ଅଧିକ ପଢନ୍ତୁ

man jumps into river with his child
ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା । କଟକ ସଦର ସଇଁଦା ନିକଟରେ ସିଡୁଆ ନଦୀକୁ ବାପା ନିଜର ନଅ ମାସର ଶିଶୁ କନ୍ୟାକୁ ଧରି ଡେଇଁ ପଡିଛନ୍ତି । ଯୁବକ ଜଣକ ହଉଛନ୍ତି କଟକ କନ୍ଦରପୁର ଅଞ୍ଚଳର ପ୍ରକାଶ ପ୍ରଧାନ । ପାରିବାରିକ କଳହରୁ ଏପରି ଅଭାବନୀୟ କାଣ୍ଡ ଘଟିଥିବା ସୂଚନା ମିଳିଛି । ଶିଶୁଟି ଉଦ୍ଧାର ହୋଇଥିବା ବେଳେ ପ୍ରକାଶଙ୍କ କୌଣସି ପତ୍ତା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀର ପରକ୍ରିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟାକଲା ବାପା

ସୂଚନା ଅନୁଯାୟୀ, ଦେଢ ବର୍ଷ ହେବ ପ୍ରକାଶଙ୍କ ସ୍ତ୍ରୀ ତାଙ୍କ ଦୁଇ ଝିଅ ସହ ବାପଘରେ ରହୁଥିଲା । ସ୍ବାମୀ ପ୍ରକାଶ ଆଜି ଶ୍ବଶୁର ଘରେ ପହଞ୍ଚି ସ୍ତ୍ରୀକୁ ବୁଝାସୁଝା କରି ନଅ ମାସର ସାନ ଝିଅକୁ ଧରି ବୁଲିବାକୁ ବାହାରି ଯାଇଥିଲେ । ହଠାତ ସେ ଶିଶୁ କନ୍ୟାକୁ ଧରି ନଦୀକୁ ଡେଇଁ ପଡିବାକୁ ଉଦ୍ୟମ କରିଥିଲେ । ସ୍ତ୍ରୀ ବାରଣ କରିବା ସହିତ ପାଟି କରି ଆଖପାଖ ଲୋକଙ୍କୁ ଡାକିଥିଲେ । ଉକ୍ତ ଅଞ୍ଚଳରେ ଉପସ୍ଥିତ ଲୋକ ଆସିବା ଦେଖି ପାଣିକୁ ଡେଇଁ ପଡିଥିଲେ ପ୍ରକାଶ । ହାତରୁ ଛୁଆଟି ଖସି ଯିବାରୁ ଶିଶୁଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଖବର ପାଇ ନଦୀର ଗଭୀର ଜଳରେ ପ୍ରକାଶକୁ ଖୋଜାଖୋଜି କରୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା

ଏନେଇ ପ୍ରକାଶଙ୍କ ଶାଶୁ କହିଛନ୍ତି, "ଗତ ରାତିରେ କୌଣସି କାରଣକୁ ନେଇ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପ୍ରକାଶ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ପରିବାର ଲୋକେ ବୁଝାସୁଝା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବନ୍ଦ ହୋଇଥିଲା । ସକାଳୁ ପ୍ରକାଶ ଆସି ଶ୍ବଶୁର ଘରେ ପହଞ୍ଚିଥିଲେ ଏବଂ ଝଗଡ଼ା କରି ସ୍ତ୍ରୀକୁ ମାଡ଼ ମାରିଥିଲେ । ଏହାପରେ ସ୍ତ୍ରୀ ଓ ଝିଅକୁ ନେଇ ଏକ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ପ୍ରକାଶ ନିଜ ଝିଅକୁ ନେଇ ନଦୀକୁ ଡେଇଁ ପଡ଼ିଥିଲେ ।"

ଇଟିିଭି ଭାରତ, କଟକ

Last Updated :Aug 13, 2023, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.