ETV Bharat / state

ବାଲିଯାତ୍ରା ୨୦୨୩: ଚୁରନ ଷ୍ଟଲ ଆଗରେ ଦର୍ଶକଙ୍କ ଭିଡ଼, ଶରୀର ପାଇଁ ଏହା କେତେ ଉପଯୋଗୀ ?

author img

By ETV Bharat Odisha Team

Published : Dec 2, 2023, 8:15 PM IST

Updated : Dec 2, 2023, 9:22 PM IST

ଐତିହାସିକ ବାଲିଯାତ୍ରାରେ ପ୍ରତିଦିନ ଜମୁଛି ଦର୍ଶକଙ୍କ ପ୍ରବଳ ଭିଡ । ଲୋକେ ବାଲିଯାତ୍ରା ବୁଲି ଆସି ବିଭିନ୍ନ ପ୍ରକାର ସାମଗ୍ରୀ କିଣି ନେଇଯାଉଛନ୍ତି । ତେବେ ଚଳିତ ବର୍ଷ ଓରମାସରେ ଥିବା ଚୁରନ ଷ୍ଟଲରେ ଦର୍ଶକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ତେବେ କଣ ଏହି ଚୁରନ ? ଶରୀର ପାଇଁ ଏହା କେତେ ଉପଯୋଗୀ ? ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ

ORMAS Churan Stall in BaliJatra 2023
ORMAS Churan Stall in BaliJatra 2023

ବାଲିଯାତ୍ରା ୨୦୨୩: ଚୁରନ ଷ୍ଟଲ ଆଗରେ ଦର୍ଶକଙ୍କ ଭିଡ଼, ଶରୀର ପାଇଁ ଏହା କେତେ ଉପଯୋଗୀ ?

କଟକ: ରାଜ୍ୟର ପ୍ରସିଦ୍ଧ ମୁକ୍ତାକାଶ ବାଣିଜ୍ୟ ମେଳା ତଥା ଐତିହାସିକ ବାଲିଯାତ୍ରା ଗତ ୨୭ ତାରିଖରୁ ଆରମ୍ଭ ହୋଇଛି । ଦର୍ଶକଙ୍କ ଭିଡ଼ ବି ଜମିବା ଆରମ୍ଭ ହେଲାଣି । ଛୁଟି ଦିନରେ ବାଲିଯାତ୍ରା ପଡ଼ିଆରେ ଖଚାଖଚ ଭିଡ଼ ବି ଜମୁଛି । ଖାଇବା ପିଇବା, ଦୋଳି ଖେଳିବା ସହ ଭଳିକି ଭଳି ଘର କରଣା ଜିନିଷ କିଣୁଛନ୍ତି ଦର୍ଶକ । ବିଭିନ୍ନ ଷ୍ଟଲ ମଧ୍ୟରୁ ଓରମାସରେ ଥିବା ଚୁରନ ଷ୍ଟଲରେ ଦର୍ଶକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ଚୁରନରେ ପ୍ରସ୍ତୁତ ଭଳିକି ଭଳି ଆଇଟମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ବାଲେଶ୍ଵରରୁ ଆସିଥିବା ଚୁରନ ଦର୍ଶକଙ୍କୁ ବେଶ ଆକୃଷ୍ଟ ବି କରୁଛି । ତେବେ କଣ ଏହି ଚୁରନ ? ଏଥିରେ କଣ କଣ ରହିଛି ? ଏହା ଶରୀର ପାଇଁ କେତେ ଉପଯୋଗୀ ? ଏହା ଖାଇଲେ ଦେହ ପାଇଁ କଣ ଲାଭ ମିଳିବ ? ସେ ସମ୍ପର୍କରେ ଜାଣିବା ଲାଗି ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ମେଳା ବୁଲା ସାଙ୍ଗକୁ ୱାଟର ସ୍ପୋର୍ଟ୍ସର ମଜା

ବାଲେଶ୍ଵରରୁ ଆସିଥିବା ଏହି ସାମଗ୍ରୀ କିଣିବା ପାଇଁ ଷ୍ଟଲ ଆଗରେ ଭିଡ଼ ବି ଜମୁଛି । ସମ୍ପୂର୍ଣ୍ଣ କୃତ୍ରିମ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଇଛି । ବାଲିଯାତ୍ରାରେ ଅଂଶଗ୍ରହଣ କରିବା ପୂର୍ବରୁ ଏହାକୁ ପ୍ରସ୍ତୁତ କରିଛନ୍ତି ଏକ ମହିଳା ଗୋଷ୍ଠୀ । ସ୍ୱଦେଶୀ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି । ହରିଡା, ବାହାଡ଼ା, ଅଁଳା, ପୋଦିନା ଆଦି ଚେର ମୁଳିରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ଖାଇବା ଦ୍ୱାରା ପେଟ ଗ୍ୟାସ, ଥଣ୍ଡା, ବାନ୍ତି ଆଦି ଅନେକ ରୋଗ ଭଲ ହୋଇଥାଏ ବୋଲି ବ୍ୟବସାୟୀ କହିଛନ୍ତି । ଝାଡା କିମ୍ବା ପେଟ କାଟିଲେ ଅଧିକାଂଶ ଲୋକ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ମେଡ଼ିସିନ ଖାଇ ଦେଇଥାନ୍ତି । ଏହା କିଛି ଲୋକଙ୍କର ଅଭ୍ୟାସରେ ପରିଣତ ହେଲାଣି । ମାତ୍ର ଏହି ମେଡ଼ିସିନ, ଶରୀର ପାଇଁ କେତେ ଯେ କ୍ଷତିକାରକ ତାହା କେହି ଚିନ୍ତା ବି କରୁନାହାନ୍ତି । ଫଳରେ ଏହି କାରଣରୁ ଅନେକ ଲୋକଙ୍କର ଜୀବନ ବି ଚାଲିଯାଇଥାଏ ।

ଏହା ବି ପଢନ୍ତୁ- ମେସିନ ନୁହେଁ ତନ୍ତରେ ପ୍ରସ୍ତୁତ ହେଉଛି ଶାଢ଼ୀ, ବାଲିଯାତ୍ରାରେ ପାରମ୍ପରିକ ସାମଗ୍ରୀର ଡିମାଣ୍ଡ

ଏନେଇ ଜଣେ ଗ୍ରାହକ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏବେ ଲୋକେ ଅଧିକାଂଶ ଔଷଧ ବ୍ୟବହାର କରୁଛନ୍ତି । କହିବାକୁ ଗଲେ ଚେରମୁଳିରେ ପ୍ରସ୍ତୁତ ଆୟୁର୍ବେଦିକ ଔଷଧକୁ ଅନେକ ଲୋକ ପସନ୍ଦ କରୁ ନାହାଁନ୍ତି । ତେବେ ଏହି ଚେରମୁଳି ରେ ଅନେକ ଔଷଧୀୟ ରହିଥିବାରୁ ଏହାକୁ ବ୍ୟବହାର କରିବା ଉଚିତ । ଏହାଦ୍ୱାରା ଶରୀର ଠିକ ରୁହେ । ବିଶେଷକରି ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।" ଦୋକାନ ଆଗରେ ତ ଭିଡ ଜମୁଛି, ହେଲେ ଏଯାବତ ଭଲ ବ୍ୟବସାୟ ହୋଇନାହିଁ । ଛୁଟି ଦିନରେ ଭଲ ବ୍ୟବସାୟ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, କଟକ

Last Updated : Dec 2, 2023, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.