ETV Bharat / state

ମେସିନ ନୁହେଁ ତନ୍ତରେ ପ୍ରସ୍ତୁତ ହେଉଛି ଶାଢ଼ୀ, ବାଲିଯାତ୍ରାରେ ପାରମ୍ପରିକ ସାମଗ୍ରୀର ଡିମାଣ୍ଡ

author img

By ETV Bharat Odisha Team

Published : Nov 30, 2023, 6:57 PM IST

Updated : Nov 30, 2023, 7:36 PM IST

କଟକ ବାଲିଯାତ୍ରାରେ ଗ୍ରାହକଙ୍କ ମନ ମୋହୁଛି ତନ୍ତରେ ତିଆରି ସାମଗ୍ରୀ । ସାଧାରଣ ଦାମ ଠାରୁ ଏହାର ଦାମ ଅଧିକା ଥିଲେ ବି ଲୋକେ ଏହି ହାତ ତିଆରି ସାମଗ୍ରୀ କିଣିନେଉଛନ୍ତି । ପାରମ୍ପରିକ ସାମଗ୍ରୀର ଚାହିଦା ଦେଖି ଓରମାସ ରେକର୍ଡ ସଂଖ୍ୟକ ବ୍ୟବସାୟ କରିବ ବୋଲି ଆଶାବାଦୀ ରହିଛି । ଅଧିକ ପଢନ୍ତୁ...

ମେସିନ ନୁହେଁ ବରଂ ତନ୍ତରେ ପ୍ରସ୍ତୁତ ହେଉଛି ଶାଢ଼ୀ, ଏବେବି ରହିଛି ପାରମ୍ପରିକ ସାମଗ୍ରୀର ଚାହିଦା
ମେସିନ ନୁହେଁ ବରଂ ତନ୍ତରେ ପ୍ରସ୍ତୁତ ହେଉଛି ଶାଢ଼ୀ, ଏବେବି ରହିଛି ପାରମ୍ପରିକ ସାମଗ୍ରୀର ଚାହିଦା

ବାଲିଯାତ୍ରାରେ ପାରମ୍ପରିକ ସାମଗ୍ରୀର ଡିମାଣ୍ଡ

କଟକ: ଯୁଗ ବଦଳିବା ସହ ପରମ୍ପରା ବି ବଦଳୁଛି । ଆଧୁନିକ ଯୁଗରେ ଆଧୁନିକତା ଜ୍ଞାନ କୌଶଳରେ ନିର୍ମିତ ବିଭିନ୍ନ ସାମଗ୍ରୀ ଏବେ ସମସ୍ତଙ୍କୁ ପସନ୍ଦ ଆସୁଛି । ଆଜିକାଲି ମେସିନରେ ପ୍ରସ୍ତତ ପୋଷାକ ପ୍ରାୟ ସମସ୍ତେ ଏବେ ବ୍ୟବହାର କରୁଛନ୍ତି । ଭଳିକି ଭଳି ଡିଜାଇନରେ ଅତି ସହଜରେ ଏସବୁ ପ୍ରସ୍ତୁତ କରାଯାଉଥିବା ବେଳେ ଦର ମଧ୍ୟ ଭଲ ରହୁଛି । ଏପରି ପରିସ୍ଥିତିରେ ଲୋକେ ହାତ ତିଆରି ତନ୍ତରେ ତିଆରି ପୋଷାକର ବ୍ୟବହାରକୁ ଭୁଲିଗଲେଣି । ଏହାରି ମଧ୍ୟରେ କିନ୍ତୁ ଚଳିତବର୍ଷ ବାଲିଯାତ୍ରାରେ ତନ୍ତରେ ପ୍ରସ୍ତୁତ ପୋଷାକ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ।

ବାଲିଯାତ୍ରାରେ ତନ୍ତୁ ସାମଗ୍ରୀର ଚାହିଦା: ତନ୍ତ ନାଁ କୁ ହୁଏତ ଅନେକ ଯୁବପିଢ଼ି ଠିକସେ ଜାଣିନଥିବେ। କ'ଣ ଏହି ତନ୍ତ? ଏହା ଦେଖିବାକୁ କେମିତିକା ? ଏହା କେଉଁଥିରେ ନିର୍ମିତ ? ଏହାର କାର୍ଯ୍ୟ କଣ ? ଏହି ପ୍ରସଙ୍ଗ ଉଠାଇଲେ ଅନେକ ଯୁବପିଢ଼ି ଏଭଳି ପ୍ରଶ୍ନ କରିଥାନ୍ତି । ଏବଂ ଲୋକେ ମଧ୍ୟ ସତେ ଯେପରି ଏହି ସବୁକୁ ପାସୋରି ଗଲେଣି । ତେବେ ଏହି ପୂର୍ବ ପରମ୍ପରାକୁ ବଜାୟ ରଖି ବର୍ତ୍ତମାନ ବାଲିଯାତ୍ରାରେ ଓରମାସ ମଧ୍ୟରେ ତନ୍ତରେ ପ୍ରସ୍ତୁତ ସ୍ବତନ୍ତ୍ର ଷ୍ଟଲ ରହିଛି ।

ଗ୍ରାହକଙ୍କୁ ପସନ୍ଦ ଆସୁଛି ତନ୍ତୁ ସାମଗ୍ରୀ: ଚଳିତ ଥର ଏହି ଷ୍ଟଲ ପ୍ରଥମ ଥର ପାଇଁ ଲାଗିଥିବା ବେଳେ ଭଳିକି ଭଳି ଶାଢ଼ୀ ସାଙ୍ଗକୁ, ଡ୍ରେସ କପଡା, ରୁମାଲ, କଟନ କପଡା ପରି ତନ୍ତରେ ପ୍ରସ୍ତୁତ ସାମଗ୍ରୀ ଦର୍ଶକଙ୍କ ମନ ମୋହୁଛି । ସାମଗ୍ରୀ କୁ କିଣିବା ପାଇଁ ଷ୍ଟଲ ଆଗରେ ଗ୍ରାହକଙ୍କ ଭିଡ଼ ଜମୁଛି । ଗୋଟିଏ ଶାଢ଼ୀର ଦର ୧୫୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଡ୍ରେସ କପଡାର ମୂଲ୍ୟ ବି ସାଧାରଣ ପୋଷାକର ଦାମ ଠାରୁ ଅଧିକ ରହୁଛି । ତଥାପି ଏହି ସାମଗ୍ରୀର ଦର ଗ୍ରାହକଙ୍କୁ ପ୍ରଭାବ ପକାଇପାରିନି । ଏହା ହାତରେ ତିଆରି ହେଉଥିବାରୁ ପିନ୍ଧିବା ପାଇଁ ବେଶ ଭଲ ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ପୋଷାକ ପିନ୍ଧିହେବ ବୋଲି ଗ୍ରାହକ କହିଛନ୍ତି । ଏବଂ ଦାମ ଅଧିକା ଥିଲେ ବି ଲୋକେ ଏହି ସାମଗ୍ରୀକୁ କିଣି ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଲିଯାତ୍ରାରେ ମନ ମୋହୁଛି ଲାଇଟ୍ ବାଲୁକା କଳା

ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ଓରମାସର ଲକ୍ଷ୍ୟ: ଚଳିତବର୍ଷ ଓରମାସ ରେ ୪୫୦ ଟି ଷ୍ଟଲ ରହିଛି । ଏହି ପ୍ରକାରର ବ୍ୟବସାୟୀ ମାନଙ୍କୁ ସୁଯୋଗ ଦେଇ ସେମାନଙ୍କୁ ଉତ୍ସାହିତ କରିବା ଓରମାସ ର ପ୍ରଥମ ଲକ୍ଷ୍ୟ ବୋଲି ଓରମାସ ଅଧିକାରୀ କହିଛନ୍ତି । ଏବଂ ଗତ ୩ ଦିନରେ ଓରମାସ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ କରିଥିବା ବେଳେ ଚଳିତବର୍ଷ ବାଲିଯାତ୍ରା ରେ ଓରମାସ ରେକର୍ଡ ସଂଖ୍ୟକ ବ୍ୟବସାୟ କରିବ ବୋଲି ମଧ୍ୟ ଆଶାବାଦୀ ରହିଛି।

ଇଟିଭି ଭାରତ, କଟକ

Last Updated : Nov 30, 2023, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.