କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

author img

By

Published : Nov 25, 2022, 10:28 PM IST

Updated : Nov 25, 2022, 10:34 PM IST

କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କେନ୍ଦ୍ରାପଡା ବାଲିଆ ବାଣ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୪ ଜଣ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା । ଅଧିକ ପଢ଼ନ୍ତୁ

କଟକ: କେନ୍ଦ୍ରାପଡା ବାଲିଆ ବାଣ ଦୁର୍ଘଟଣା । କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୪ ଜଣ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା । ତେବେ ସମସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯାଉଛି ।

କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ବୁଧବାର ଏହି ଘଟଣାରେ ମୋଟ ୩୮ ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ୩୪ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ୧୧ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସେଥିମଧ୍ୟରୁ ୫ଜଣ ବର୍ଣ୍ଣ ଆଇସିୟୁ, ୩ ଜଣ ସେଣ୍ଟ୍ରାଲ ଆଇସିୟୁ ଏବଂ ଆଇସିୟୁରେ ଅଛନ୍ତି ୩ ଜଣ । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ । ଏମାନଙ୍କର ଶରୀରର ୫୦ ପ୍ରତିଶତରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପୋଡି ଯାଇଛି । ସମସ୍ତ ଆହତମାନଙ୍କୁ ପ୍ରଥମେ କାଜୁଆଲଟିରେ ଆଶୁ ଚିକିତ୍ସା ଯୋଗାଇବାପରେ ଆଇସିୟୁକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଚ୍ଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରେ ଭସାଣୀ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରତିଯୋଗିତା ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା । ତେବେ ଆତସବାଜିର ମଜ୍ଜା ଓ ଡିଜେ ଗୀତର ତାଳେତାଳେ ନାଚୁଥିବା ବେଳେ ଆତସବାଜିରେ ବ୍ୟବହୃତ ନଳି (ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡି ଏକ ପାନ ଦୋକାନ ଭିତରେ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଯୋଗୁଁ ଭସାଣ ଦେଖିବାକୁ ଆସି ଦୋକାନ ସମ୍ମୁଖରେ ଛିଡା ହୋଇଥିବା ପାଖାପାଖି ୨୦ଜଣଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା । ସେହି ସମୟରେ ବାଣୁଆ ରଖିଥିବା ଅନ୍ୟ ବାଣ ଗୁଡିକରେ ନିଆଁ ଲାଗିଯିବାରୁ ଏହା ପୁନଃ ବିସ୍ଫୋରଣ ଘଟି ଅନ୍ୟ ଉପସ୍ଥିତ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ । ମୋଟ୍ ୩୮ ଜଣ ଲୋକେ ଏଥିରେ ଆହତ ହୋଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଭସାଣୀ ସମୟରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଇଟିଭି ଭାରତ, କଟକ

Last Updated :Nov 25, 2022, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.