ETV Bharat / state

ତୁରନ୍ତ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାକୁ ପରିବହନ ଯୁଗ୍ମ କମିଶନରଙ୍କ ନିର୍ଦ୍ଦେଶ

author img

By

Published : Nov 16, 2022, 9:53 PM IST

ପୁରୁଣା ଗାଡି ଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ୨୦୨୩ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରିଛନ୍ତି । ତେବେ ଯେଉଁ ସବୁ ଗାଡ଼ିର ଶେଷ ନମ୍ବର ୧, ୨,୩ ଓ ୪ ରହିଛି ସେଥିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ଚଳିତ ନଭେମ୍ବର ମାସ ୩୦ ତାରିଖ ପୂର୍ବରୁ ଲଗାଇବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ତୁରନ୍ତ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାକୁ ପରିବହନ ଯୁଗ୍ମ କମିଶନରଙ୍କ ନିର୍ଦ୍ଦେଶ
ତୁରନ୍ତ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାକୁ ପରିବହନ ଯୁଗ୍ମ କମିଶନରଙ୍କ ନିର୍ଦ୍ଦେଶ

କଟକ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅପେକ୍ଷାରେ ଅନେକ ଗାଡ । ପୁରୁଣା ଗାଡି ଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ୨୦୨୩ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରିଛନ୍ତି । ତେବେ ଯେଉଁ ସବୁ ଗାଡ଼ିର ଶେଷ ନମ୍ବର ୧, ୨,୩ ଓ ୪ ରହିଛି ସେଥିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ଚଳିତ ନଭେମ୍ବର ମାସ ୩୦ ତାରିଖ ପୂର୍ବରୁ ଲଗାଇବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କର ଗାଡି ନମ୍ବର ଶେଷ ଅଙ୍କ 5 ବା 6 ଅଛି ସେମାନେ ଡିସେମ୍ବରରେ 7 ବା 8 ଅଛି ସେମାନେ ଜାନୁଆରୀରେ ଲଗାଇବେ । ସ୍ଲଟ ବୁକିଂ କରି ରାଜ୍ୟର ପ୍ରାୟ ଅନେକ ଗାଡ଼ି ଏବେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ଅପେକ୍ଷାରେ ରହିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର ।

ତୁରନ୍ତ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାକୁ ପରିବହନ ଯୁଗ୍ମ କମିଶନରଙ୍କ ନିର୍ଦ୍ଦେଶ

ରାଜ୍ୟ ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି ଯେ, ନଭେମ୍ବର ୧୪ତାରିଖ ସୁଦ୍ଧା ରାଜ୍ୟର ମୋଟ ୩୧ଲକ୍ଷ ୨୫ହଜାର ୨୩୬ଟି ଗାଡ଼ିର ମାଲିକ ନିଜର ସ୍ଲଟ ବୁକିଂ କରିଛନ୍ତି । ସେଥିରୁ ୧୫ଲକ୍ଷ ୩୦ହଜାର ୫୭୬ଟି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ସାରିଛି । ଗାଡ଼ି ମାଲିକଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ୩ଥର ଏହି ଅବଧିକୁ ବୃଦ୍ଧି କରାଯାଇଛି । ଆରଟିଓରେ ଥିବା ଏଚଏସଆରପି ସୁବିଧା କେନ୍ଦ୍ରକୁ ଯାଇ ଏହି ସ୍ଲଟ ବୁକିଂ କରିପାରିବେ ।

ଏହା ବି ପଢନ୍ତୁ....HSRP ନମ୍ବର ପ୍ଲେଟ, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯେଉଁ ଗାଡ଼ିଗୁଡ଼ିକର ଶେଷ ନମ୍ବର ୧,୨,୩,୪ ରହିଛି ସେସବୁରେ ହାଇସିକ୍ୟୁରିଟି ନମ୍ବର ୩୦ତାରିଖ ସୁଦ୍ଧା ଲାଗିବ । ସେହିପରି ଶେଷ ନମ୍ବର ୫ ଓ ୬ ଥିବା ଗାଡ଼ିରେ ଡିସେମ୍ବର ୩୧ସୁଦ୍ଧା, ଶେଷ ନମ୍ବର ୭ ଓ ୮ ଥିବା ଗାଡ଼ିରେ ୨୦୨୩ ଜାନୁୟାରୀ ୩୧ ସୁଦ୍ଧା ଏବଂ ଶେଷ ନମ୍ବର ୯ ଓ ୦ ଥିବା ଗାଡ଼ିରେ ୨୦୨୩ ଫେବୃୟାରୀ ୨୮ତାରିଖ ସୁଦ୍ଧା ହାଇସିକୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.