ETV Bharat / state

ଅଭିନେତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ କଲ ଘଟଣା: ବନ୍ଧା ହେଲା ଖଳନାୟକ ମିଥୁନ

author img

By ETV Bharat Odisha Team

Published : Aug 27, 2023, 6:41 PM IST

ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ ମିଥୁନ । ମିଥୁନ ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାଁରେ ନକଲି ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲି ଚାଟ୍ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ

indecent video call to actresses
ଅଭିନେତ୍ରୀଙ୍କୁ ଅଶୀଳ ଭିଡ଼ିଓ କଲ ଘଟଣା

ଅଭିନେତ୍ରୀଙ୍କୁ ଅଶୀଳ ଭିଡ଼ିଓ କଲ ଘଟଣା

କଟକ: ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ଘଟଣାର ପର୍ଦ୍ଦାଫାସ କରିଛି କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ମିଥୁନ ଭୋଇ । ମିଥୁନ ଚଳଚ୍ଚିତ୍ର ଜଗତରେ ଜଣେ ଜୁନିଅର ଆର୍ଟିଷ୍ଟ । ପାର୍ଶ୍ବ ଖଳନାୟକ ଭାବେ ଅଭିନୟ କରୁଥିବା ଜଣାପଡିଛି । ମିଥୁନ ନିକଟରୁ 2ଟି ସିମ୍ କାର୍ଡ ଓ 2ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ମିଥୁନ ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାଁରେ ନକଲି ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲି ଚାଟ୍ କରୁଥିଲେ । ସେହି ଆକାଉଣ୍ଟରୁ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ ମଧ୍ୟ କରୁଥିଲା । ସେମାନଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ମିଥୁନ ଏଭଳି କରୁଥିବା ଜଣାପଡିଛି ।

ତେବେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଅଭିନେତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ସେ ଅଶ୍ଳୀଳ ଚାଟିଂ କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, "ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଫୋଟୋ ଲଗାଇ ହ୍ୱାଟ୍ସଆପ୍ ଜରିଆରେ ଓଲିଉଡ଼ ଅଭିନେତ୍ରୀ ଓ ସିରିଏଲ ଅଭିନେତ୍ରୀଙ୍କୁ କେହି ଜଣେ ଅଶ୍ଲୀଳ ଭିଡ଼ିଓ କଲ୍ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ସାଇବର ଥାନାରେ ଏତଲା ଦେଇଥିଲେ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଓରଫ ଟୁଟୁ । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମିଥୁନକୁ ଆଜି ଗିରଫ କରିଛି ପୋଲିସ । ତେବେ ମିଥୁନ ପଡୋଶୀଙ୍କ କି ପ୍ୟାଡ୍ ମୋବାଇଲରୁ ସିମ୍ ଆଣି ଏଭଳି କରୁଥିବା ଜଣାପଡିଛି ।"

ଏହା ବି ପଢନ୍ତୁ...ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣା, ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

ଡିସିପି ଆହୁରି ମଧ୍ୟ କହିଛନ୍ତି, "ଏମିତିକି ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ଫୋଟୋ ମଧ୍ୟ ରଖି ସେ ଅଶୀଳ ଭିଡ଼ିଓ କଲ କରୁଥିଲା । ପ୍ରଥମେ ଚାଟିଂ କରିବା ପରେ ଭିଡ଼ିଓ କଲରେ ଅଶ୍ଳୀଳତା ପ୍ରଦର୍ଶନ କରୁଥିଲେ । ଏହାସହ ଅଭିଯୁକ୍ତର ମହିଳା ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍ କରିବା ଉଦ୍ଦେଶ୍ୟ ମଧ୍ୟ ରହିଥବା ନେଇ ପୋଲିସ ସ୍ପଷ୍ଟ କରିଛି। ଏନେଇ ପୂର୍ବରୁ ମିଥୁନକୁ ନୋଟିସ କରାଯାଇଥିଲା । ବର୍ତ୍ତମାନ ତା ନାଁରେ ସମସ୍ତ ତଥ୍ୟ ପ୍ରମାଣ ଲାଗିବା ପରେ ତାଙ୍କୁ ଆଜି ଗିରଫ କରିଛି ସାଇବର ଥାନା ପୋଲିସ ।"

ଏନେଇ ବର୍ତ୍ତମାନ ଖୋଳତାଡ଼ ଜାରି ରହିଥିଲାବେଳେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର । ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ନଥିବା ଗଣମାଧ୍ୟମ ଆଗରେ କହିଛନ୍ତି ମିଥୁନ । ତେବେ ଏହି ଦିଗରେ ଆହୁରି ତଦନ୍ତ ବାକି ରହିଥିବା ପୋଲିସ ସୂଚନା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.