ETV Bharat / state

ORHDC Scam: ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ

author img

By

Published : Oct 27, 2022, 12:08 PM IST

Updated : Oct 27, 2022, 3:31 PM IST

ORHDC ଦୁର୍ନୀତି ମାମଲା । ବିନୋଦ କୁମାରଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ORHDC Scam: ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ
ORHDC Scam: ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ

କଟକ: ORHDC ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ORHDCର ତତ୍କାଳୀନ ଅଧ୍ୟକ୍ଷ IAS ଅଧିକାରୀ ବିନୋଦଙ୍କ ଆବେଦନକୁ ଗ୍ରହଣ କରିବା ସହ ଜାମିନ ପ୍ରଦାନ କଲେ କୋର୍ଟ । ଜାମିନର ସର୍ତ୍ତ ନିମ୍ନ ଅଦାଲତ ସ୍ଥିର କରିବେ । ଏହାସହିତ ହାଇକୋର୍ଟ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ମଧ୍ୟ ସ୍ଥଗିତାଦେଶ ଦେଇଛନ୍ତି । ORHDC ଦୁର୍ନୀତି ମାମାଲରେ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପୂର୍ବରୁ ଏହି ମାମଲାରେ ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୁଷ ମହାନ୍ତି ଓ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି ମିଳିସାରିଛି ।

ପ୍ରକାଶଥାଉ କି, ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସି ଦୁର୍ନୀତି ମାମଲାର ବିଚାର କରି ଏହାର ତତ୍କାଳୀନ ଅଧ୍ୟକ୍ଷ IAS ଅଧିକାରୀ ବିନୋଦ କୁମାର (IAS Vinod Kumar) ଓ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମଙ୍କୁ (Barabati MLA Mohammed Moquim)୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ । ଜେଲ୍‌ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଫାଇନ ଦେବାକୁ ରାୟ ଦେଇଥିଲେ କୋର୍ଟ ।

ଏହାମଧ୍ୟ ପଢନ୍ତୁ: ORHDC Scam: ମେଟ୍ରୋ ବିଲଡର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ଜାମିନ

ଗତ ୧୦ ତାରିଖରେ ବିଧାୟକ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ । ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମଗାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନେଇ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ ।

ଇଟିଭି ଭାରତ, କଟକ

Last Updated : Oct 27, 2022, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.